www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୩୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୬୫୫ ଏବଂ ସ୍ଥାନୀୟ ସଂକ୍ରମିତ ୩୬୫୮ ଜଣ ରହିଛନ୍ତି। ନୂଆକରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୭୪ ଜଣ ଥିବା ଜଣାଯାଇଛି। ସେହିଭଳି ଗୋଟିଏ ଦିନରେ ରାଜ୍ୟରେ ୩୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୫୦୫, ବାଲେଶ୍ୱର ୪୫୨, ବରଗଡ ୨୭୯, ଭଦ୍ରକ ୧୧୭, ବଲାଙ୍ଗୀର ୧୧୯, ବଉଦ ୨୦୯, କଟକ ୫୯୩, ଦେବଗଡ ୫୫, ଢେଙ୍କାନାଳ ୪୦୭, ଗଜପତି ୮୫, ଗଞ୍ଜାମ ଜିଲାରୁ ୧୨୯ ଜଣ ରହିଛନ୍ତି। ସେହିଭଳି ଜଗତସିଂହପୁର ଜିଲାରୁ ୨୮୦, ଯାଜପୁର ୩୫୪, ଝାରସୁଗୁଡା ୧୧୧, କଳାହାଣ୍ଡି ୧୬୨, କନ୍ଧମାଳ ୯୦, କେନ୍ଦ୍ରାପଡା ୩୩୧, କେନ୍ଦୁଝର ୧୮୦, କୋରାପୁଟ ୧୯୮, ମାଲକାନଗିରରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ମୟୁରଭଞ୍ଜରୁ ୫୩୨, ନବରଙ୍ଗପୁର ୨୦୫, ନୟାଗଡ ୨୮୩, ନୂଆପଡା ୫୩, ପୁରୀ ୪୦୫, ରାୟଗଡା ୧୪୮, ସମ୍ବଲପୁର ୨୦୪, ସୋନପୁର ୧୨୩, ସୁନ୍ଦରଗଡ ୪୬୫ ଏବଂ ଷ୍ଟେଟପୁଲରୁ ୧୬୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଆଉ ୧୧୮୮୧ ଜଣ ସୁସ୍ଥ ହୋଇଥିବାବେଳେ ୯୧୬୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories