www.samajalive.in
Sunday, December 14, 2025
26.1 C
Bhubaneswar

ମସ୍ତିଷ୍କରେ ଚିପ୍‌ ଖଞ୍ଜି ପକ୍ଷାଘାତ ରୋଗୀ ଖେଳିଲେ

ସମାଜ ଡିଜିଟାଲ ଡେସ୍କ: ଏଲନ୍ ମସ୍କ ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ପ୍ରମୁଖ ସଫଳତା ହାସଲ କରିଛନ୍ତି। ଏଥିରେ ଜଣେ ପକ୍ଷାଘାତ ବ୍ୟକ୍ତି କମ୍ପ୍ୟୁଟର ନିୟନ୍ତ୍ରଣ କରିବା ସମୟରେ କେବଳ ତାଙ୍କ ଚିନ୍ତାଧାରା ବ୍ୟବହାର କରି ଚେସ୍ ଖେଳିପାରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ନ୍ୟୁରାଲିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ସେୟାର କରାଯାଇଛି। ୨୯ ବର୍ଷୀୟ ନୋଲାଣ୍ଡ ଆର୍ବାଗ ନାମକ ଜଣେ ବ୍ୟକ୍ତି କାନ୍ଧରୁ ତଳକୁ ପକ୍ଷାଘାତରେ ଆକ୍ରାନ୍ତ। ଆଠ ବର୍ଷ ପୂର୍ବେ ସେ ଏକ ଭୟଙ୍କର ଦୁର୍ଘଟଣାରେ କାନ୍ଧରୁ ପକ୍ଷାଘାତ ହୋଇଯାଇଥିଲେ। ଚଳିତ ବର୍ଷ ଜାନୁଆରୀରେ ତାଙ୍କ ମସ୍ତିଷ୍କରେ ଏକ ନ୍ୟୁରାଲିଙ୍କ ଚିପ୍(ଏକପ୍ରକାର ଯନ୍ତ୍ର) ଲଗାଯାଇଥିଲା। ନିକଟରେ ସେ ଏହି ଚିପ୍ ସହାୟତାରେ କମ୍ପ୍ୟୁଟର କର୍ସର୍‌ ନିୟନ୍ତ୍ରଣ କରି ବେଶ୍ କିଛି ସମୟ ଚେସ୍ ଖେଳିଛନ୍ତି। ଦଶମ ଶ୍ରେଣୀରେ ସେ ଚେସ୍ ଖେଳିବା ଆରମ୍ଭ କରିଥିଲେ। ଏହି ଭୟଙ୍କର ଦୁର୍ଘଟଣା ପରେ ସେ ଚେସ୍‌ ଖେଳିବା ବନ୍ଦ କରିଥିଲେ କିନ୍ତୁ ବର୍ତ୍ତମାନ ସେ ପୁଣି ଖେଳିପାରିବେ। ମେଡିକାଲ୍ ରିସର୍ଚ୍ଚ ୟୁନିଟ୍ ଭାବରେ ୨୦୧୬ ରେ ଏଲନ୍‌ ମସ୍କଙ୍କ ଦ୍ୱାରା ନ୍ୟୁରାଲିଙ୍କ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମମାନେ ଜ୍ଞାନକୌଶଳ ସହାୟତାରେ ବିଶ୍ବବାସୀଙ୍କ ସହ ଯୋଗାଯୋଗ ସ୍ଥାପନ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା। ନ୍ୟୁରାଲିଙ୍କ୍ ଟେକ୍ନୋଲୋଜିରେ ଏକ ଅତ୍ୟାଧୁନିକ ପ୍ରତିରୋପଣ ପ୍ରଣାଳୀ ଅନ୍ତର୍ଭୁକ୍ତ, ଯେଉଁଥିରେ ଏକ ରୋବଟ୍ ମନୁଷ୍ୟ ମସ୍ତିଷ୍କରେ ସୂତା ପରି ଇଲେକ୍ଟ୍ରୋଡ୍ ଭର୍ତ୍ତି କରେ। ଏହା ସ୍ନାୟୁ କାର୍ଯ୍ୟକଳାପ ମଧ୍ୟରେ ଯୋଗାଯୋଗକୁ ସକ୍ଷମ କରିଥାଏ। ଆର୍ବାଗ ତାଙ୍କର ଅସ୍ତ୍ରୋପଚାର ଅଭିଜ୍ଞତାକୁ ଅତି ସହଜ ବୋଲି ବର୍ଣ୍ଣନା କରିଥିଲେ। ନ୍ୟୁରାଲିଙ୍କରେ କାର୍ଯ୍ୟରତ ଜନୈକ ବରିଷ୍ଠ କର୍ମଚାରୀ କହିଛନ୍ତି, ଯେଉଁ ଦିନ ଅସ୍ତ୍ରୋପଚାର କରାଯାଏ ସେହି ଦିନ ବ୍ୟକ୍ତି ଘରକୁ ଫେରିପାରିବ। ସେପ୍ଟେମ୍ବର ୨୦୨୩ ରେ ମସ୍କଙ୍କ ଏହି କମ୍ପାନୀ ପରୀକ୍ଷା ପାଇଁ ଅନୁମତି ପାଇଥିଲା। ଗବେଷକ ଦଳ କହିଛନ୍ତି, ବର୍ତ୍ତମାନ ନ୍ୟୁରାଲିଙ୍କ ମନୁଷ୍ୟ ଉପରେ ବିଭିନ୍ନ ପରୀକ୍ଷା କରିବାକୁ ସକ୍ଷମ ହେବ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories