www.samajalive.in
Sunday, December 7, 2025
23.1 C
Bhubaneswar

ଜେଇଇ, ନିଟ୍‌ ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ୍‌ଙ୍କ ପତ୍ର

ନୂଆଦିଲ୍ଲୀ : ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖା ପ୍ରବେଶିକା ପରୀକ୍ଷା ନିଟ୍‌ ଓ ଜେଇଇ ସ୍ଥଗିତା ରଖିବା ଦାବିରେ ବିଜେପି ରାଜ୍ୟସଭା ସାଂସଦ ଡଃ ସୁବ୍ରମଣ୍ୟମ୍‌ ସ୍ବାମୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ପରୀକ୍ଷା ହେବା, ନ ହେବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ବହୁ ଛାତ୍ରଛାତ୍ରୀ ହତାଶ ହୋଇପଡ଼ିଛନ୍ତି। ଏଭଳି ବିଳମ୍ବିତ ପରୀକ୍ଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରିବ ବୋଲି ସ୍ବାମୀ ଆଶଙ୍କା ବ୍ୟକ୍ତ କରି ଏହି ପତ୍ର ଲେଖିଛନ୍ତି।

ଏତଦ୍‌ ବ୍ୟତୀତ ସାମ୍ପ୍ରତିକ ପରିସ୍ଥିତିରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଯଥାଯଥ ନ ଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ପରୀକ୍ଷାକେନ୍ଦ୍ରକୁ ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି ସେ ଦର୍ଶାଇଛନ୍ତି। ଆସନ୍ତା ସେ​‌ପ୍ଟେମ୍ବରରେ ଏହି ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ପରୀକ୍ଷା ସ୍ଥଗିତ ରଖିବା ପାଇଁ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ଖାରଜ କରିଦେବା ସହ ଧାର୍ଯ୍ୟ ସମୟରେ ଏହାର ଆୟୋଜନ ପାଇଁ ନିର୍ଦେଶ ଦେଇଛନ୍ତି। ସ୍ବାମୀ ଲେଖିଛନ୍ତି ଯେ ପରୀକ୍ଷା ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ଅଧିକାର ସରକାରଙ୍କର। ସରକାର ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି; ତେବେ ଏହାକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ନିଆଯାଇପାରେ ବୋଲି ସ୍ବାମୀ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ପ୍ରସ୍ତାବ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories