ନୂଆଦିଲ୍ଲୀ : ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷା ନିଟ୍ (ୟୁଜି) ଲାଗି ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମାର କୌଣସି ମାନଦଣ୍ଡ ରହିବ ନାହିଁ । ଏହି ପ୍ରବେଶିକା ପରୀକ୍ଷା ଲାଗି ସର୍ବୋଚ୍ଚ ବୟସ ସୀମା ନେଇ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡକୁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ଏନଏମସି) ଅଧୀନ ଅଣ୍ଡର ଗ୍ରାଜୁଏଟ୍ ଡାକ୍ତରୀ ଶିକ୍ଷା ବୋର୍ଡ ଉଚ୍ଛେଦ କରିଦେଇଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ହେବାକୁ ଥିବା ନିଟ୍ ୟୁଜିରେ ଏହି ନିୟମ ଲାଗୁ ହେବ। ୨୦୧୯ରେ ପ୍ରଣୀତ ନିୟମ ଅନୁଯାୟୀ ଏହି ପ୍ରବେଶିକା ପରୀକ୍ଷା ଲାଗି ସର୍ବୋଚ୍ଚ ବୟସ ସୀମା ୨୫ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏହା ବିରୋଧରେ କେତେକ ପ୍ରାର୍ଥୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଏହାର ରାୟ ପ୍ରକାଶ ପାଇବାକୁ ରହିଛି।
Popular Categories



