www.samajalive.in
Monday, December 15, 2025
27.1 C
Bhubaneswar

ବାରାଣସୀ ଏଡିଏମ୍ ନିଲମ୍ବିତ, ନିର୍ବାଚନ କାର୍ଯ୍ୟରୁ ହଟିଲେ ଦୁଇ ଅଧିକାରୀ

ଲକ୍ଷ୍ନୌ  : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌) ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି। ଅଖିଳେଶଙ୍କ ଅଭିଯୋଗ ପରେ ବାରାଣସୀ ଅତିରିକ୍ତ ଜିଲାପାଳ (ଏଡିଏମ୍) ନଳିନୀକନ୍ତ ସିଂହଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଦୁଇଜଣ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଯାଇଛି। ଅଭିଯୋଗ ଅନୁଯାୟୀ ବାରାଣସୀ ଏଡିଏମ୍‌ ପ୍ରଶିକ୍ଷଣ ନିମନ୍ତେ ଉଦ୍ଧିଷ୍ଟ ଇଭିଏମ୍‌ଗୁଡିକୁ ବେଆଇନ ଭାବେ ପରିବହନ କରିଥିଲେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ନ ଜଣାଇ ଏଡିଏମ୍ ଇଭିଏମ୍‌ ଟ୍ରକ୍‌ ଯୋଗେ ଅନ୍ୟତ୍ର ପରିବହନ କରିଛନ୍ତି। ଅଖିଳେଶ କହିଛନ୍ତି ଯେ ଇଭିଏମ୍‌ଗୁଡିକ ଯେଉଁ ଢଙ୍ଗରେ ପରିବହନ କରାଯାଇଛି ତାହା ଚୋରି ସହିତ ସମାନ। ଆମେ ଆମର ଭୋଟକୁ ସୁରକ୍ଷିତ ରଖିବା ଦରକାର। ଏଥିପାଇଁ ସେ ଅଦାଲତଙ୍କ ଦ୍ବାରସ୍ଥ ହେବେ। ଏହା ପୂର୍ବରୁ ଲୋକଙ୍କୁ ନିବେଦନ ଯେ ସେମାନେ ଗଣତନ୍ତ୍ରକୁ ସୁରକ୍ଷା ଦିଅନ୍ତୁ।
ଅଭିଳେଶଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ ଯେଉଁ ଇଭିଏମ୍‌ଗୁଡିକ ଏଡିଏମଙ୍କ ଦ୍ବାରା ପରିବହନ କରାଯାଉଥିଲା ତାହା ନିର୍ବାଚନ ଅଧିକାରୀଙ୍କ ପ୍ରଶିକ୍ଷଣ ଲାଗି ଉଦ୍ଦିଷ୍ଟ ଥିଲା। ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଇଭିଏମ୍‌ଗୁଡିକ ନିଆଯାଉଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories