www.samajalive.in
Monday, December 15, 2025
27.1 C
Bhubaneswar

ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର :  ରାଜ୍ୟ ସରକାର ଏବେ ନିର୍ବାଚନ ମୁହାଁ । ପଞ୍ଚାୟତ ପରେ ପୌର ନିର୍ବାଚନ ଚାଲୁ ରହିଥିବା ବେଳେ ସରକାର ଏବେ ସମବାୟ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି । ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରାଯିବ, ସେନେଇ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ବୁଧବାର ଏକ ନିର୍ଦ୍ଦେଶନାମା ଜାରି ହୋଇଛି।
ସମବାୟ ନିର୍ବାଚନ ଆୟୋଗଙ୍କ ସଚିବ ସବୁ ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ପୌର ନିର୍ବାଚନ ସରିବା କ୍ଷଣି ସମବାୟ ନିର୍ବାଚନ କରାଯିବ। ଏଥିଲାଗି ନିର୍ବାଚନ ଅଧିକାରୀ ନିଯୁକ୍ତି ଏବଂ ସେମାନଙ୍କ ତାଲିମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମବାୟ ନିର୍ବାଚନ ଆୟୋଗଙ୍କ ୨୦୧୪ ଅକ୍ଟୋବର ନିର୍ଦ୍ଦେଶନାମା ଅନୁଯାୟୀ, ପଞ୍ଚାୟତିରାଜ ବିଭାଗର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କୃଷି ବିଭାଗର ଭିଏଲଡବ୍ଲ୍ୟୁ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରାଣୀ ସମ୍ପଦ ନିରୀକ୍ଷକ ନିର୍ବାଚନ ପରିଚାଳନା ଅଧିକାରୀ ରହିବେ। ସମବାୟ ସମିତି ଉପ ନିବନ୍ଧକ ମାନେ ଜିଲାସ୍ତରୀୟ ସମନ୍ୱୟ ଅଧିକାରୀ ଭାବେ ଅନ୍ୟାନ୍ୟ ବିଭାଗ ସହ ସମନ୍ବୟ ରଖି ନିର୍ବାଚନ ପରିଚାଳନା କରିବେ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ, ସେଥିପାଇଁ ଆବଶ୍ୟକ ମାନବ ସମ୍ବଳ ସଂପୃକ୍ତ ସମବାୟ ନିର୍ବାଚନ ପରିଚାଳନା ଅଧିକାରୀ ମାନଙ୍କୁ ଯୋଗାଇ ଦେବାଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶନାମାରୁ ପ୍ରଥମେ ସମିତି, ପରେ ଜିଲା ଏବଂ ଶେଷରେ ରାଜ୍ୟ ସ୍ତରୀୟ ନିର୍ବାଚନ ହେବ ବୋଲି ଜଣାପଡୁଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories