www.samajalive.in
Monday, December 15, 2025
24.1 C
Bhubaneswar

ମଉଳିଲା ସୁନାର ଆଶା- ଆହତ ହୋଇଥିବାରୁ କମନ୍‌ ଓ୍ୱେଲ୍‌ଥ୍‌ ଗେମ୍ସ୍‌ରେ ଭାଗ ନେବେନି ନୀରଜ ଚୋପ୍ରା

ନୂଆଦିଲ୍ଲୀ – ଆହତ ହୋଇଥିବା ଯୋଗୁଁ ନୀରଜ ଚୋପ୍ରା କମନ୍‌ ଓ୍ୱେଲ୍ଥ ଗେମ୍ସ୍‌ରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି ।ଏହି ଇଭେଣ୍ଟରେ ନୀରଜ ଚୋପ୍ରାଙ୍କ ଠାରୁ ଜାଭେଲିନ୍‌ ଥ୍ରୋରେ ଏକ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନୀରଜଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା କରିଥିଲେ । କମନ୍‌ ଓ୍ୱେଲ୍ଥ ଯାଉଥିବା ଟିମ୍‌ ସହ ଡିଜିଟାଲ୍‌ ମୋଡ୍‌ ବା ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ ।

- Advertisement -

ଜୁଲାଇ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ କମନ୍‌ ଓ୍ୱେଲ୍ଥ ଯିବାକୁ ଥିବା ଟିମ୍‌ ସହ ଭର୍ଚୁଆଲ୍‌ ମୋଡ୍‌ରେ କଥାବାର୍ତ୍ତା କରିଥିଲେ । ସାରା ଦୁନିଆଁକୁ ନିଜର ପ୍ରତିଭା ଦେଖାଇବା ପାଇଁ କମନ୍‌ ଓ୍ୱେଲ୍ଥ ଗେମ୍‌ ଏକ ଭଲ ପ୍ଲାଟଫର୍ମ ବୋଲି ସେ କହିଥିଲେ । ଏହି ଅବସରରେ କମନ୍‌ ଓ୍ୱେଲ୍ଥ ଗେମସ୍‌ରେ ସବୁଠାରୁ ଅଧିକ ଆଶା ନୀରଜ ଚୋପ୍ରାଙ୍କ ଠାରୁ ଅଛି ବୋଲି ସେ କହିଥିଲେ ।

ମାତ୍ର ବିଶ୍ୱ ଆଥଲେଟିକ୍‌ ମିଟ୍‌ ସମୟରେ ନୀରଜଙ୍କର ଜଙ୍ଘରେ ସମସ୍ୟା ଦେଖା ଦେଇଛି । ଏ ବିଷୟରେ ସେ ଭାରତୀୟ ଅଲିମ୍ପିକ୍ସ୍‌ ଆସୋସିଏସନ୍‌କୁ ସୂଚନା ଦେଇଛନ୍ତି । ଏହି ଆଘାତ କାରଣରୁ ତାଙ୍କୁ କମନ୍‌ ଓ୍ୱେଲ୍ଥ ଗେମସ୍‌ରେ ବାଦ୍‌ ଦିଆଯାଇଥିବା ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୮ ମସିହାରେ ମଧ୍ୟ ନୀରଜ ଚୋପ୍ରା ଏହି ଇଭେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ଜିତିଥିଲେ ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories