ପଦ୍ମ ପୁରସ୍କାର ମନୋନୟନ ପକ୍ରିୟାରେ ସାମିଲ ହେବା ପାଇଁ ୫୦ହଜାର ଆବେଦନ

0

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଆଯିବାକୁ ଥିବା ପଦ୍ମ ପୁରସ୍କାର ମନୋନୟନ ପକ୍ରିୟାରେ ସାମିଲ ହେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୪୯,୯୯୨ଟି ଆବେଦନ ଆସିଛି। ଏହି ଆବେଦନ ୨୦୧୦ରେ ଆସିଥିବା ଆବେଦନର ୩୨ଗୁଣ ଅଧିକ। ୨୦୧୦ରେ ପଦ୍ମ ପୁରସ୍କାର ପାଇଁ ୧୩୧୩ଟି ଆବେଦନ ଆସିଥିଲା। ୨୦୧୭ରେ ପଦ୍ମ ପୁରସ୍କାର ଲାଗି ୩୫,୫୯୫ଟି ଆବେଦନ ଆସିଥିଲା ବେଳେ ସେଥିରୁ ୮୯ ଜଣଙ୍କୁ ପୁରସ୍କାର ମିଳିଥିଲା। ସେହିପରି ୨୦୧୬ରେ ୧୮, ୭୬୮ଟି ଆବେଦନ ଆସିଥିବାବେଳେ ୮୪ଜଣଙ୍କୁ ପୁରସ୍କାର ମିଳିଥିଲା। କେନ୍ଦ୍ର ସରକାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥାନ୍ତି। ୨୦୧୮ ସେପ୍ଟେମ୍ବର ୧୫ ପଦ୍ମ ପୁରସ୍କାର ପାଇଁ ଅନଲାଇନ ଆବେଦନ ଗ୍ରହଣର ଶେଷ ତାରିଖ ଥିଲା। ଉଲ୍ଲେଖ ଯେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ।

Leave A Reply