www.samajalive.in
Friday, December 12, 2025
26.1 C
Bhubaneswar

ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର, ଶୁକ୍ରବାର ଏନଡିଏ ବୈଠକ

ଡେସ୍କ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର (ଜୁନ୍ ୭) ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପି, ଟିଡିପି, ଜେଡିୟୁ, ଏଲଜେପି (ଆର), ଶିବସେନା (ସିନ୍ଦେ ଗୋଷ୍ଠୀ), ଜେଡିଏସ ଏବଂ ଏନଡିଏର ଅନ୍ୟାନ୍ୟ ସହଯୋଗୀ ଦଳର ନବନିର୍ବାଚିତ ସାଂସଦମାନେ ଯୋଗଦେବେ। ସେପଟେ ବିଜେପି ଓ ଜେଡିୟୁର ନେତାମାନେ ଅଲଗା ଅଲଗା ବୈଠକ କରିବା ପରେ ରାଜଧାନୀରେ ରାଜନୈତିକ ଗତିବିଧି ଜୋର ଧରିଛି।

ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି

- Advertisement -

ଜାତୀୟ ରାଜଧାନୀରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜୋରଦାର ଆଲୋଚନା ଚାଲିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ କ୍ୟାବିନେଟ ଗଠନ ନେଇ ଏନଡିଏ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ଦାୟିତ୍ୱ ଦିଆଯାଇଛି। ଆଜି ଶ୍ରୀ ନଡ୍ଡା ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲମ୍ବା ବୈଠକ କରିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ମନସୁଖ ମାଣ୍ଡଭିଆ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଓ ବିନୋଦ ତାୱଡେ ପ୍ରମୁଖ ଉପସ୍ଥିତ ଥିଲେ। ଜେଡିୟୁର ଅନେକ ନେତା ମଧ୍ୟ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଏନଡିଏ ସଂସଦୀୟ ଦଳ ବୈଠକ ପୂର୍ବରୁ ଶୁକ୍ରବାର ସକାଳେ ଜେଡିୟୁ ସଂସଦୀୟ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟ ନେତା ଭାବେ ଚୟନ କରାଯାଇଛି।

ଜିତିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ କମ୍ପାନୀର ସେୟାର ବଢିଲା, ପଇସା ଡବଲ…

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories