www.samajalive.in
Monday, December 8, 2025
16.1 C
Bhubaneswar

କେନ୍ଦ୍ରରେ ତୃତୀୟ ଥର ଏନ୍‌ଡିଏ: ଆଜି ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପୁଣି ଥରେ ଦେଶରେ ସରକାର ଗଠନ କରିବା ଲାଗି ବହୁମତ ହାସଲ କରିଛି। ଏନଡିଏ ଉପରେ ତୃତୀୟ ଥର ପାଇଁ ଦେଶବାସୀ ଭରସା କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଏନଡିଏକୁ ପୂର୍ବାପେକ୍ଷା କମ୍ ସଫଳତା ମିଳିଛି। ଏନ୍‌ଡିଏକୁ ୨୯୩ଟି ଆସନ ମିଳିଥିବାବେଳେ ବିରୋଧୀ ‘ଇଣ୍ଡିଆ’କୁ ୨୩୨ଟି ଆସନ ମିଳିଛି। ଅନ୍ୟାନ୍ୟ ଦଳକୁ ୧୮ଟି ଆସନ ପାଇଛନ୍ତି। ଏହି ନିର୍ବାଚନ ଫଳ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବୁଥ ବାହୁଡା ମତ (ଏକଜିଟ୍ ପୋଲ୍‌)କୁ ଭୁଲ୍ ପ୍ରମାଣିତ କରିଛି। ସେପଟେ ବିଜୟ ପରେ ଆଜି ଦିଲ୍ଲୀରେ ବସିବ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ। ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେବା ନେଇ ସୂଚନା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories