ସ୍ପଷ୍ଟ କଲା ଏନସିଇଆରଟି, ଜୁଲାଇ ସୁଦ୍ଧା ମିଳିବ ପାଠ୍ୟପୁସ୍ତକ

ଡେସ୍କ: ଷଷ୍ଠ ଶ୍ରେଣୀ ଏନସିଇଆରଟି ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଉ ୨ ମାସ ସମୟ ଲାଗିବ ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ସୂଚନାକୁ ଶିକ୍ଷା ମନ୍ତ୍ରାଳୟ ଖଣ୍ଡନ କରିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଅନ୍ୟ ପକ୍ଷରେ ୩ ଓ ୬ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି ସିବିଏସ୍ଇ ପକ୍ଷରୁ ପୁଣି ଥରେ ପୂର୍ବ ଶିକ୍ଷାବର୍ଷ (୨୦୨୩-୨୪) ଭଳି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

ଉତ୍ପାଦନ, ବିକ୍ରୟ ଓ ନିଯୁକ୍ତିରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ରେକର୍ଡ

Comments are closed.