ଓଡ଼ିଶାରେ ଏଜେଂଟ ପାର୍ଟନର ବେସକୁ ଦ୍ୱିଗୁଣିତ କରି ଆଂଚଳିକ ଉପସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ପିବିପାର୍ଟନର୍ସ

ଭୁବନେଶ୍ୱର: ଭାରତରେ ମୋଟର ବୀମା, କେବଳ ଏକ ଆର୍ଥିକ ସୁରକ୍ଷା ଢାଲ ନୁହେଁ ବରଂ ସମସ୍ତ ଗାଡି ମାଲିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅଟେ । ବ୍ୟସ୍ତବହୁଳ ସଡକ ଓ ବହୁ ସଂଖ୍ୟକ ଯାନ ଚଳାଚଳ କରୁଥିବା ଏକ ଦେଶରେ ବାଧ୍ୟତାମୂଳକ ମୋଟର ବୀମା ସମ୍ଭାବ୍ୟ ଦାୟିତ୍ୱ, କ୍ଷତି ଓ ଅପ୍ରତ୍ୟାଶିତ ଘଟଣାଗୁଡିକ ବିରୋଧରେ ଜରୁରୀ ସୁରକ୍ଷା ପ୍ରଦାନ କରିଥାଏ । ପଲିସିବାଜାର ଇନ୍ସୁରାନ୍ସ ବ୍ରୋକର୍ସ ଅଧିନରେ ଏକ ବ୍ରାଣ୍ଡ ପିବିପାର୍ଟନର୍ସ ମୋଟର ବୀମା କ୍ଷେତ୍ରରେ ଏକ ଗେମ୍‌-ଚେଞ୍ଜର ଭାବେ ଉଭା ହୋଇଛି ଯାହା ରଣନୈତିକ ଆଂଚଳିକ ବିସ୍ତାର ଓ ଏକ ସ୍ୱତନ୍ତ୍ର ଏଜେଂଟ ପାର୍ଟନର-କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଇ ପ୍ରଭାବଶାଳୀ ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛି । ଓଡିଶା ଭଳି ବଜାର ଏବଂ ଭୁବନେଶ୍ୱର ଭଳି ସହରଗୁଡିକରେ ନିଜର ପହଂଚକୁ ବିସ୍ତାର କରି ପିବିପାର୍ଟନର୍‌ସ କ୍ଷୁଦ୍ର ସହର, ଗ୍ରାମ ଓ ତାଲୁକାଗୁଡିକୁ ଜରୁରୀ ବୀମା କଭରେଜ ବିସ୍ତାର କରିଛି । ପାରମ୍ପରିକ ବୀମାକାରୀମାନେ ପ୍ରାୟତଃ ଅଣଦେଖା କରୁଥିବା କ୍ଷେତ୍ରଗୁଡିକୁ ଏହା ଧ୍ୟାନ ଦେଉଛି ଏବଂ ପହଂଚଯୋଗ୍ୟ ସୁରକ୍ଷା ସହ ସମୁଦାୟଗୁଡିକୁ ସହଯୋଗ କରୁଛି ।

ଏସମ୍ପର୍କରେ ପିବିପାର୍ଟନର୍ସରେ ମୋଟର ବିୟୁର ନ୍ୟାଶନାଲ ସେଲ୍‌ସ ହେଡ ଅମିତ ଭଦୋରିଆ କହିଛନ୍ତି, “ଟିୟର-୨ ଓ ଟିୟର-୩ ସହରଗୁଡିକରେ ଆମର ରଣନୈତିକ ସମ୍ପ୍ରସାରଣ, ବିଶେଷ କରି ମୋଟର ବୀମା କ୍ଷେତ୍ର ମଧ୍ୟରେ ଆମର ପ୍ରଭାବୀ ଅଭିବୃଦ୍ଧି କ୍ଷେତ୍ରରେ ଏକ ପ୍ରମୁଖ କାରକ ଅଟେ । ଓଡିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ବଜାର ଭାବେ ଉଭା ହୋଇଛି । ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଭଳି ଅଂଚଳଗୁଡିକରେ ଏକ ମଜବୁତ ଉପସ୍ଥିତି ସହିତ ପିବିପାର୍ଟନର୍ସ ଦ୍ରୁତ ବେଗରେ ନିଜର ଉପସ୍ଥିତିକୁ ମଜବୁତ କରିଛି । ଭୁବନେଶ୍ୱର ଏକ୍ସପେରିଏନ୍ସ ସେଂଟର ଅଭିବୃଦ୍ଧିକୁ ପରିଚାଳନା କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ୨୨୦୦ରୁ ଅଧିକ ଏଜେଂଟ ପାର୍ଟନର୍‌ମାନେ ବ୍ୟବସାୟରେ ଯୋଗଦାନ ଦେଉଛନ୍ତି । ଆମେ ଆମର ଏଜେଂଟ ପାର୍ଟନର ନେଟ୍‌ୱର୍କକୁ ୨ ଗୁଣ ବୃଦ୍ଧି କରି ୪୦୦୦ରୁ ଅଧିକ ରଖିବାକୁ ଲକ୍ଷ୍ୟ ରଖିଛୁ । ଆମର ଉତ୍ସର୍ଗୀକୃତ ଫିଲ୍ଡ ଅପରେଶନ୍ସ (ଏଫ୍‌ଓଏସ୍‌) ଓ ଟେଲିକଲିଂ ଭିଆର୍‌ଏମ୍‌ ଟିମ୍‌ ମାଧ୍ୟମରେ ଆମେ ଭାରତର ଦୁର୍ଗମ ଅଂଚଳଗୁଡିକରେ ମଧ୍ୟ ସଂଯୋଗ ଓ ପହଂଚଯୋଗ୍ୟତା ସୁନିଶ୍ଚିତ କରୁଛୁ । ଆକର୍ଷଣୀୟ ବାର୍ଷିକ ଅଭିବୃଦ୍ଧି ସହିତ ଆମେ ନିଜକୁ ଜଣେ ମାର୍କେଟ ଲିଡର ଭାବେ ସ୍ଥାପିତ କରିଛୁ, ଯାହା ପ୍ରତିଯୋଗୀଙ୍କୁ ପଛରେ ପକାଉଛି ଏବଂ ଅଂଚଳରେ ଏକ ପ୍ରମୁଖ ସ୍ଥିତି ହାସଲ କରିଛି ।”

prayash

ପିବିପାର୍ଟନର୍ସ ଲୋକପ୍ରିୟ ମୋଟର ଇନ୍ସୁରାନ୍ସ ଆଡ୍‌-ଅନ ପ୍ରଦାନ କରୁଛି ଯାହା ବିକଶିତ ଗ୍ରାହକ ପସନ୍ଦଗୁଡିକୁ ପୂରଣ କରୁଛି । ମୋଟର ବୀମା କଥା ଆସିଲେ, ଗ୍ରାହକମାନେ ମୁଖ୍ୟତଃ କଭରେଜର ସନ୍ଧାନ କରିଥାନ୍ତି ଯାହା ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରୁଥିବ । ବମ୍ପର-ଟୁ-ବମ୍ପର କଭର, ଇଞ୍ଜିନ କଭର, ରୋଡ୍‌ସାଇଡ ଆସିଷ୍ଟାନ୍ସ ଓ ଜିରୋ-ଡେପ୍ରିସିଏଶନ ପଲିସି ଭଳି ଆଡ୍‌-ଅନଗୁଡିକ ଗାଡି ମାଲିକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏଭଳି ବିସ୍ତୃତ କଭରେଜ ଗ୍ରାହକଙ୍କୁ ମାନସିକ ଶାନ୍ତି ଓ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି, ସେମାନଙ୍କର ଗାଡି ଯେପରି ସମସ୍ତ ପରିସ୍ଥିତିରେ ସୁରକ୍ଷିତ ରହିବ ତାହା ନିଶ୍ଚିତ କରୁଛି ।

ପିବିପାର୍ଟନର୍ସର ଟିୟର ୪ ଓ ୫ ଅଂଚଳଗୁଡିକରେ ଏକ ମହତ୍ୱପୂର୍ଣ୍ଣ ଉପସ୍ଥିତି ସ୍ଥାପନ କରିବା ଉପରେ ମଜବୁତ ଗୁରୁତ୍ୱ ସହିତ ଆସନ୍ତା ବର୍ଷ ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା ରହିଛି । ଏକ ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ବଜାର ଭାବେ ଓଡିଶା ଏହି ଅଭିବୃଦ୍ଧି କେନ୍ଦ୍ର ଅଟେ ଏବଂ ପିବିପାର୍ଟନର୍ସ ବର୍ତମାନ ବଜାର ଅଂଶ ଓ ବ୍ୟବସାୟ ସୃଷ୍ଟି କ୍ଷେତ୍ରରେ ଅଗ୍ରଣୀ ରହିଛି । ସେମାନଙ୍କ ସଫଳତାକୁ ପରିଚାଳନା କରୁଥିବା ଏକ ପ୍ରମୁଖ କାରକ ହେଉଛି ଅନ୍‌-ଡିମାଣ୍ଡ ପେଆଉଟ ସିଷ୍ଟମ, ଯାହା ଏଜେଂଟ ପାର୍ଟନର୍‌ଙ୍କୁ ପ୍ରତିଦିନ କମିଶନ ୱିଥ୍‌ଡ୍ର କରିବା ପାଇଁ ଅନୁମତି ଦେଇଥାଏ, ଏହା କମିଶନ ଉଠାଇବା ପାଇଁ ବଜାର ଷ୍ଟାଣ୍ଡାର୍ଡର ଏକ ମାସ ପର୍ଯ୍ୟନ୍ତ ଅବଧି ତୁଳନାରେ ଏକ ପ୍ରମୁଖ ଲାଭ ଅଟେ । ଏହି ସହଜତା ହେଉଛି ଏକ ଗେମ୍‌-ଚେଞ୍ଜର, ଯାହା ଏଜେଂଟ ପାର୍ଟନରଙ୍କ ସନ୍ତୋଷ ବୃଦ୍ଧି କରୁଛି ଏବଂ ଓଡିଶା ଓ ଏହା ବାହାରେ ନିଜର ପହଂଚ ଓ ପ୍ରଭାବକୁ ବିସ୍ତାର କରିବା ପ୍ରତି ପିବିପାର୍ଟନରଙ୍କ ପ୍ରତିବଦ୍ଧତାକୁ ସୁଦୃଢ କରୁଛି ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ମାଧ୍ୟମରେ ନୂତନ ବୈଷୟିକ ଅଗ୍ରଗତିଗୁଡିକୁ ଅନ୍ତର୍ଭୁକ୍ତ କରି ପିବିପାର୍ଟନର୍ସ ବୀମା କ୍ରୟ ଅନୁଭୂତିକୁ ବୈପ୍ଳବିକ କରୁଛି । ଏଆଇ ବୀମା ଜାରି କରିବା ଭଳି ଜଟିଳ ପ୍ରକ୍ରିୟାଗୁଡିକୁ ସରଳ କରିଥାଏ, ଯାହା ଏବେ ପୂର୍ବର ୧୦ ମିନିଟ୍‌ ଟାଇମ୍‌ଫ୍ରେମ ତୁଳନାରେ ଏବେ କେବଳ ୪ରୁ ୫ ମିନିଟ୍‌ ସମୟ ନେଉଛି । ଏହା ଟିକେଟିଂ ସିଷ୍ଟମ, ଏଜେଂଟ ପାର୍ଟନର ମ୍ୟାପିଙ୍ଗ୍‌ ଓ କ୍ଲେମ୍‌ ସର୍ଭିସ କ୍ଷେତ୍ରରେ ଅଟୋମେଶନକୁ ସକ୍ଷମ କରୁଛି, ଉଭୟ ଏଜେଂଟ ପାର୍ଟନର ଓ ଗ୍ରାହକଙ୍କ ପାଇଁ ଏକ ସୁଗମ, ଅଧିକ ଦକ୍ଷ ଅନୁଭୂତିକୁ ନିଶ୍ଚିତ କରୁଛି । ସ୍ଥାନୀୟ ବିକାଶ ଉପରେ ଗୁରୁତ୍ୱ ଦେଇ ଓ ପ୍ରକ୍ରିୟାଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଏଆଇର ବ୍ୟବହାର କରି ପିବିପାର୍ଟନର୍ସ କେବଳ ଗ୍ରାହକ ଓ ଏଜେଂଟ ପାର୍ଟନରଙ୍କ ପାଇଁ ବୀମାକୁ ସରଳ କରୁନାହିଁ ବରଂ ଇନ୍‌ସ୍ୟୋରଟେକ୍‌ କ୍ଷେତ୍ରରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଏକ ବେଂଚ୍‌ମାର୍କ ସ୍ଥାପନ କରିଛି ।

Comments are closed.