ପାଟଣା : ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି) ଛାତ୍ର ଆଶୁତୋଷ ଦାସ ଜାତୀୟ ସ୍ତରୀୟ ଏନସିସି ଶିବିରରେ ଯୋଗଦେବା ପାଇଁ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି। ଆଶୁତୋଷ ଜାତୀୟ ସ୍ତରୀୟ ମନୋନୟରେ ଶୀର୍ଷରେ ରହି ଏହି ସୁଯୋଗ ପାଇଛନ୍ତି। +୩ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଆଶୁତୋଷ ସେପ୍ଟେମ୍ବର ୧୧ ତାରିଖରୁ ୨୫ ତାରିଖ ଯାଏ ଏହି ଜାତୀୟ ଶିବିରରେ ଅଂଶଗ୍ରହଣ କରିବେ। ତାଙ୍କର ଏହି ସଫଳତା ପାଇଁ ସେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ ଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱାମ ପାଟଣା ମହାବିଦ୍ୟାଳୟର ଗୌରବ ବଢାଇବେ ବୋଲି କହିଛନ୍ତି।
Popular Categories



