www.samajalive.in
Monday, December 15, 2025
16.1 C
Bhubaneswar

ପାଟଣା ବନାଞ୍ଚଳରେ ଦନ୍ତାର ଉପଦ୍ରବ, ଦିବାଲୋକରେ ଭାଙ୍ଗିଲା ଘର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଗତ କିଛି ଦିନ ହେଲା ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ସୋମବାର ଏହି ହାତୀପଲରୁ ଏକ ଦନ୍ତା  ଅଲଗା ହୋଇ ଦିବାଲୋକରେ ଦୁଇଟି ଘର ଉପରେ ଆକ୍ରମଣ କରି ଘରର କାନ୍ଥ ଭାଙ୍ଗି ଦେଇଛି । ସୂଚନା ଅନୁଯାୟୀ ଆଜି ଦିନ ପାଖାପାଖି ୧୨ ଟାରେ ରେଙ୍ଗାଳବେଡା ଗ୍ରାମର ଲାଙ୍କା ମୁଣ୍ଡାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିବା ବେଳେ ତାଙ୍କର ନିର୍ମାଣାଧୀନ ଇଟା କାନ୍ଥ ଘର କୁ ମଧ୍ୟ ଭାଙ୍ଗିଦେଇଛି । ସେହିପରି ଦୀନବନ୍ଧୁ ମହାନ୍ତଙ୍କ ଘର ଉପରେ ଆକ୍ରମଣ କରିବା ସମୟରେ ଲୋକଙ୍କ ପାଟି ଶୁଣି ଦନ୍ତାଟି ଫେରି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର, ସାହାରପଡା ବନପାଳ ମୋହିନୀ ମହାନ୍ତ ଓ ବନ କର୍ମଚାରୀ ପହଞ୍ଚି ଦନ୍ତାଟିକୁ ଘଉଡାଇବା ପରେ ସେ ଜଙ୍ଗଲକୁ ଚାଲିଯାଇଥିଲା। ତେବେ ହାତୀପଲ ସଂନ୍ଧ୍ୟା ଯାଏଁ ନୂଆଗାଁ ଜଙ୍ଗଲରେ ରହିଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories