ଭୁବନେଶ୍ୱର : ଅସୀତ ପାତ୍ର, ଅନୁ ଚୌଧୁରୀ ଏବଂ ଭୂମିକାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ବିଗ୍ ବଜେଟ୍ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ ଶୁକ୍ରବାର(୯ ଅଗଷ୍ଟ) ମୁକ୍ତିଲାଭ କରିଛି। ଆଞ୍ଜନେୟ ମିଡିଆ ବ୍ୟାନରରେ ନିର୍ମିତ ଏବଂ ଶିଶିର ଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନ ଓ କୀର୍ତ୍ତନ ଚନ୍ଦ୍ର ପାତ୍ର ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ପୂର୍ବରୁ ବିଭିନ୍ନ ଭାଷାରେ ନିର୍ମିତ ହୋଇ ପ୍ରଶଂସା ସାଉଁଟିଛି। ତେବେ ଓଡ଼ିଆରେ ନିର୍ମିତ ହୋଇଥିବା ସେହି କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ନିର୍ମାତା ଅଶାପୋଷଣ କରିଛନ୍ତି। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ବବି ମିଶ୍ର, ନମ୍ରତା ଦାସ ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
Popular Categories



