www.samajalive.in
Sunday, December 7, 2025
23.1 C
Bhubaneswar

କଏଦୀ ଫେରାର ଘଟଣାରେ ୫ ପୁଲିସ କର୍ମଚାରୀଙ୍କୁ ବିଦା କଲେ ଏସ୍‌ପି

ନୟାଗଡ଼ : ନୟାଗଡ଼ ପୁଲିସକୁ ଚକମା ଦେଇ ଜଣେ ବିଚାରାଧୀନ କଏଦୀ ଫେରାର ହେବା ମାମଲାରେ ରବିବାର ଏସ୍‌ପି ଶଶିଭୂଷଣ ଶତପଥୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖଣ୍ଡପଡ଼ା ଉପକାରାଗାରରୁ ଭାପୁର କୋର୍ଟକୁ ହାଜିରା ଦେବାକୁ ଆସିଥିବା ବଳାତ୍କା‌ର ଅଭିଯୁକ୍ତ‌ ତପନ ରାଉତ ଫେରାର ହୋଇଯାଇଥିଲା। ପୁଲିସର ଏଭଳି ଦାୟିତ୍ବହୀନତାକୁ ନେଇ ସମାଲୋଚିତ ହେବାକୁ ପଡ଼ିଥିଲା। ଘଟଣାର ପ୍ରାଥମିକ ତଦନ୍ତ କରି ଏସ୍‌ପି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories