ଜମି ପାଇଁ ବାପା ଆଗରେ ପୁଅକୁ ହତ୍ୟା

ନୟାଗଡ଼: ଜମିବାଡ଼ି ବିବାଦରୁ ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମରଣାନ୍ତକ ଆକ୍ରମଣରେ ବାପା ଓ ସାନ ଭାଇ ଗୁରୁତର ହୋଇଛନ୍ତି। ଇଟାମାଟି ଥାନା ଭୂତଡିହି ଗାଁରେ ଦୁଇ ପରିବାର ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଜମିବାଡ଼ି ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ବାପା ଗୁରୁତର ହୋଇଛନ୍ତି। ଗୁରୁତର ବାପା ଓ ସାନ ଭାଇ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.