ଅଦରକାରି ଜମିରେ ସୁନାର ଫସଲ ଫଳେଇ ଚର୍ଚ୍ଚା ରେ ଦୁଇ ଭାଇ ସନ୍ତୋଷ ଓ ତ୍ରିନାଥ

ଗୁଣୁପୁର: ଚାଷ କାମ ଯାହାର କେଡେ ସୁଖ ତାହାର ଯାହାକି ପ୍ରମାଣ କରି ଦେଖେଇଛନ୍ତି ଜି.ଲକ୍ଷ୍ମୀପୁର ଗ୍ରାମର ସନ୍ତୋଷ ଓ ତ୍ରିନାଥ। ନିଜର ୧୭ ଏକର ଅଦର କାରି ଜମିରେ ସମନ୍ବିତି କୃଷି ମାଧ୍ୟମରେ ଚାଷ କରି ସୁନାର ଫସଲ ଅମଳ କରି ଚର୍ଚାରେ ଏହି ଦୁଇ ଭାଇ। ନିଜର ଦୃଢ ମନେବୋଳ ଇଛାଶକ୍ତି କୁ ନେଇ ସଫଳତା ପାଇଛନ୍ତି।
ରାୟଗଡା ଜିଲ୍ଲା ରାମାନାଗୁଡ଼ା ବ୍ଲକ୍ ଜି ଲକ୍ଷ୍ମୀପୁର ଗ୍ରାମର ଦୁଇ ଭାଇ ସନ୍ତୋଷ ମାଣ୍ଡାଙ୍ଗି ଓ ତ୍ରିନାଥ ମାଣ୍ଡାଙ୍ଗୀ ନିଜର ୧୭ ଏକର ଜମିରେ ସମନ୍ବିତ କୃଷି ମାଧ୍ୟମରେ ଚାଷ କରି ବେଶ୍ ଆର୍ଥୀକ ସ୍ବଛଳ ହୋଇପାରୁଛନ୍ତି। ଦିନ ଥିଲା ଯେଉଁ ଜମି ଅଦରକାରି ହୋଇ ପଡିରହିଥିଲା। ଚାଷି ଯେଉଁଠି ଚାଷ କାମ କରିବା ପାଇଁ ମୁହଁ ଫେରାଉ ଥିଲେ ଆଜି ସେହି ଜମିରେ ସୁନାର ଫସଲ ଅମଳ କରି ଚର୍ଚା ରେ ରହିଛନ୍ତି ଦୁଇ ଭାଇ।
ଜମିରେ ଆମ୍ବ ଚାଷ,ବିଭିନ୍ନ ପ୍ରକାର ପରିବା ଯଥା ପୋଟଳ , ଝୁଡୁଙ୍ଗ , କଦଳୀ ,ମହୁ ଚାଷ,ମାଛ ଚାଷ କରିଛନ୍ତି। ଚାଷକୁ ନେଇ କୃଷି ବିଭାଗ ଓ ଉଦ୍ୟାନ ବିଭାଗ, ମୃତିକା ସଂରକ୍ଷଣ ବିଭାଗ ର ସହୋଯୋଗ ନେଇଛନ୍ତି ଦୁଇ ଚାଷି। ଅଦରକାରି ଜମିରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ଆର୍ଥୀକ ସ୍ବଛଳ ହେଉଛନ୍ତି ଏହି ଦୁଇ ଭାଇ। ଜମିରୁ ଅମଳ ସାମଗ୍ରି ମାର୍କେଟ ବିକ୍ରି କରିପାରୁଛନ୍ତି। ଆମ୍ବ ଭଲ ଅମଳ ହୋଇ ସ୍ବାଦିଷ୍ଟ ରହିଥିବାରୁ ମର୍କେଟ୍ ରେ ଭଲ ଚାହିଦା ରହୁଛି। ଚାଷ ଜମିରେ ଭଲ ଅମଳ ହେଉଥିବାରୁ ସୁରକ୍ଷା ନିମନ୍ତେ ତିନୋଟି ଡଗରମେନ୍ କୁକୁର ରହିଛି। ଜମି ଭିତରକୁ କାହାରିକୁ ପଶାଇ ଦିଅନ୍ତି ନାହିଁ। ଜମି ଭିତରୁ ଗଲେ  ଆହୁରି ଜମିରେ ଅନେକ କିଛି ଚାଷ କରିବାର ଲକ୍ଷ ରଖିଥିବା କହିଛନ୍ତି ଦୁଇ ଭାଇ। ପ୍ରତ୍ୟେକ ଦିନ ଚାଷ ଜମିରେ ୭ ରୁ ଅଧିକା ଦିନ ମଜୁରିଆ ଙ୍କୁ ରଖି ଷ କାମ କରୁଥିବା କହିଛନ୍ତି ଦୁଇ ଚାଷିଭାଇ।
ଚାଷ କାମ କରି ଲକ୍ଷାଧିକ ଟଙ୍କା ଆଦାୟ କରି ଆର୍ଥୀକ ସ୍ବଛଳ ହେବା ସହ ଅନ୍ୟ ଦିନମଜୁରିଆ ଙ୍କୁ ଆର୍ଥୀକ ସ୍ବଛଳ କରିପାରୁଛନ୍ତି। ଉଦ୍ୟାନ ବିଭାଗ ସହୋଯୋଗର ହାତ ବଢାଇଛି ଏଥିସହ ଦୁଇ ଚାଷି ଭାଇ ଙ୍କୁ ଆହୁରି ଅନେକ ଚାଷ ସମ୍ବନ୍ଧୀୟ ତାଲିମ୍ ଦେଇ ଚାଷ କାର୍ଯ୍ୟକୁ ଆଗକୁ ନିଆଯିବା କହିଛନ୍ତି ଉଦ୍ୟାନ ବିଭାଗ କର୍ମଚାରି।ଏହି ଚାଷି ଙ୍କ ଏଭଳି ଚାଷ କାର୍ଯ୍ୟ କରି ସଫଳ ହେବା ନିଶ୍ଚିତ ରୁପେ ଅନ୍ୟ ଚାଷି ପାଇଁ ଉଦାହରଣ। ବାସ୍ତବରେ ଏହି ଦୁଇ ଚାଷି ଭାଇଙ୍କ ଉଦ୍ୟମ ନିଶ୍ଚିତ ଅନ୍ୟ ଚାଷି ମାନଙ୍କ ପାଇଁ ପ୍ରେରଣା।

Comments are closed.