କାର୍ ଉପରେ ଚଢି କରୁଥିଲେ ରିଲ୍ସ, କାଚ ଭାଙ୍ଗି ଭିତରେ ପଡିଲେ ଯୁବତୀ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଆଜିକାଲି ରିଲ୍ସ ବହୁତ ଭାଇରାଲ ହେଉଛି । ଯୁବପିଢି ରିଲ୍ସ ପ୍ରସ୍ତୁତ କରି ଏହାକୁ ଇଣ୍ଟରନେଟରେ ସେୟାର କରୁଛନ୍ତି । ତେବେ ରିଲ୍ସ କରିବା ନିଶା ଏତେ ମାତ୍ରାରେ ବଢିଯାଇଛି କି ଏଥିପାଇଁ ଅନେକ ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଛି । କେତେବେଳେ ରିଲ୍ସ କରିବା ସମୟରେ କିଏ ପାଣିରେ ଖସିପଡି ଜୀବନ ହାରୁଛି ତ ଆଉ କିଏ ଚଳନ୍ତା ଟ୍ରେନରେ ରିଲ୍ସ କରି ଆହତ ହେଉଛି । ଏବେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୨ ଯୁବତୀ ରିଲ୍ସ କରିବା ପାଇଁ କାର କାଚ ଭାଙ୍ଗିବା ସହ ନିଜେ ପଡିଯାଉଥିବା ଦେଖିବାକୁ ମିଳୁଛି ।

ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଭାଇରାଲ ହେଉଛି । ଏଥିରେ ୨ ଜଣ ଯୁବତୀ ନଜର ଆସୁଛନ୍ତି । ଉଭୟ ଏକ ଦାମୀ କାରର ବୋନଟ ଉପରେ ଚଢିଥିବା ଦେଖିବାକୁ ମିଳୁଛି । ଉଭୟ କାର ଉପରେ ଚଢି ରିଲ୍ସ କରୁଛନ୍ତି । କିନ୍ତୁ ଏହି ସମୟରେ କାର କାଚ ଭାଙ୍ଗିଯାଉଛି ଏବଂ ଜଣେ ଯୁବତୀ କାର୍ ଭିତରେ ପଡିଯାଉଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ସେହି ଯୁବତୀଙ୍କୁ କଟାକ୍ଷ କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ରୋହିତଙ୍କ ଏକାଧିକ ବିଶ୍ବ କୀର୍ତ୍ତିମାନ

Comments are closed.