ଠିଆ ହୋଇଥିବା ଟ୍ରଲରକୁ ପିଟିଲା ଆଉ ଏକ ଟ୍ରଲର

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ – ଘଟଗାଁ ମଧ୍ୟବର୍ତ୍ତୀ ଗଦାଧରପୁର କୁକୁରକଟା ନଦୀ ନିକଟରେ ଗୋଟିଏ ଟ୍ରଲର ଅନ୍ୟ ଏକ ଟ୍ରଲରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଟ୍ରଲର ଚାଳକ ଆହତ ହୋଇଛନ୍ତି । ଆଜି ଅପରାହ୍ନ ପାଖାପାଖି ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରଲର ଖଣି ଅଞ୍ଚଳକୁ ଯାଉଥିବାବେଳେ ରାସ୍ତା କଡ଼ରେ ଟ୍ରଲରକୁ ଠିଆ କରି ଚାଳକ ପରିସ୍ରା ପାଇଁ ଓହ୍ଲାଇ ଥିବାବେଳେ ପଛରୁ ଆସୁଥିବା ଏକ ଟ୍ରଲର  ଆଗ ଟ୍ରଲରକୁ ଧକ୍କା ଦେଇଥିଲା । ଧକ୍କା ଦେଇଥିବା ଚାଳକ ଆହତ ଥିବାରୁ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଘଟଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

 

Comments are closed.