ସେଣ୍ଟ ଜାଭିଅର୍ସ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦର ସମାବର୍ତ୍ତନ ଉତ୍ସବ

କଟକ: ଆଜି କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିଅର୍ସ ଉଚ୍ଚ ବିଦ୍ୟାଳୟର ୨୦୨୪-୨୫ ବର୍ଷ ପାଇଁ ଛାତ୍ର ସଂସଦର ସମାବର୍ତ୍ତନ ଉତ୍ସବ ଓଡିଶା କ୍ରିକେଟ ଏକାଡେମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପୁଲିସ କମିଶନର ସ୍ୱସ୍ତିକ ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ଏବଂ ସେଣ୍ଟ ଜାଭିଅର୍ସ ଗ୍ରୁପ ଅଫ ସ୍କୁଲସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକେଶ ସରାଫ ଉପସ୍ଥିତ ଥିଲେ।

ନିଟ୍ ବିବାଦ – ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ‘ଛାତ୍ର ମୁଖ୍ୟ’ ଭାବେ ଆୟୁଷ ବେହେରା ଓ ‘ଛାତ୍ରୀ ମୁଖ୍ୟ’ ଭାବେ ନନ୍ଦିନୀ ଉପାଧ୍ୟାୟ ଏବଂ ଅନ୍ୟାନ୍ୟ ସେକ୍ରେଟାରୀ ଓ କ୍ୟାପଟେନ ମାନଙ୍କୁ ବ୍ୟାଚ ଓ ସାସ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଉନ୍ନତିକଳ୍ପେ ସେମାନେ ସର୍ବଦା ଚେଷ୍ଟିତ ରହିବା ପାଇଁ ଶପଥ ପାଠ କରିଥିଲେ।

ବିକ୍ରମ ମିସ୍ତ୍ରୀ ନୂଆ ବୈଦେଶିକ ସଚିବ ନିଯୁକ୍ତ

ଏଥିରେ ବିଦ୍ୟାଳୟର ଉନ୍ନତି ପାଇଁ ଚାରିଗୋଟି ହାଉସର କ୍ୟାପଟେନ ମାନଙ୍କୁ ନିର୍ବାଚିତ କରାଯାଇଥିଲା। ଏହା ସହିତ ଲିଟେରାରୀ ସେକ୍ରେଟାରୀ, ସ୍ପୋର୍ଟ୍ସ ସେକ୍ରେଟାରୀ, ଏଜୁକେସନ ସେକ୍ରେଟାରୀ ଏବଂ କଲଚରାଲ ସେକ୍ରେଟାରୀମାନଙ୍କୁ ମଧ୍ୟ ବଛା ଯାଇଥିଲା। ବିଦ୍ୟାଳୟ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଆର୍ଟ ଏବଂ କ୍ରାଫ୍ଟ କ୍ଲବ, ପରିବେଶ କ୍ଲବ, ସ୍ୱାସ୍ଥ୍ୟ କ୍ଲବ ଏବଂ ବିଉଟିଫିକେସନ କ୍ଲବର ସେକ୍ରେଟାରୀମାନଙ୍କୁ ମଧ୍ୟ ନିର୍ବାଚିତ କରାଯାଇ ଆଜିର ସମାବର୍ତ୍ତନ ଉତ୍ସବରେ ଶପଥ ପାଠ କରାଯାଇଥିଲା। ଆସନ୍ତା ଜୁଲାଇ ପହିଲାରୁ ସମସ୍ତ ନିର୍ବାଚିତ ୨୦୨୪-୨୫ ପାଇଁ କାର୍ଯ୍ୟଭାର ସମ୍ଭାଳିବେ।

ଏଫଏଟିଏଫ ରିପୋର୍ଟରେ ଭାରତର ଆର୍ଥିକ ବ୍ୟବସ୍ଥା ସାମଗ୍ରିକ ଭାବେ ସ୍ଥିର

Comments are closed.