୩୨ କେଜି ଗଞ୍ଜେଇ ସହ ଜଣେ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲା ବାଉଁଶୁଣି ପୋଲିସ ପକ୍ଷରୁ ଚଢାଉ କରି ୩୨ କେଜି ଗଞ୍ଜେଇ ସହ ଜଣେ ଜଣକୁ ଗିରଫ କରିଛି ବାଉଁଶୁଣି ପୁଲିସ। ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳଙ୍କ ନେତୃତ୍ୱରେ ବାଉଁଶୁଣି ଥାନାର ଏକ ଟିମ୍ ଗତକାଲି ଦିନ ୨ଘଣ୍ଟା ସମୟରେ ଟିକିରାପଡ଼ାରେ ଚଢ଼ାଉ କରିଥିଲେ। ଚାଲାଣକାରୀ ଗଞ୍ଜେଇ ସହ ଅପେକ୍ଷା କରିଥିବା ବେଳେ ଘଟଣା ସ୍ଥଳରେ ବାଉଁଶୁଣି ପୁଲିସ ପହଞ୍ଚି ଯାଇଥିଲେ। ପୋଲିସ ଭୟରେ ଚାଲାଣକାରୀ କୁଆଡେ ଯାଇ ପାରି ନ ଥିଲା। ଯାହା ଫଳରେ ଚାଲାଣକାରୀ ଓ ଗଞ୍ଜେଇକୁ ଧରିବାରେ ସଫଳ ହୋଇଥିଲା ।
ଗଞ୍ଜେଇ ଓ ଚାଲାଣକାରୀ କୁ ଥାନାକୁ ଆଣି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରିଥିଲା । ଗଞ୍ଜେଇ ପରିମାଣ ୩୨ କେଜି ହୋଇଥିବା ବେଳେ ଚାଲାଣକାରୀ ବାଉଁଶୁଣି ଥାନା ଟିକିରାପଡ଼ା ଗ୍ରାମର ଜୀବର୍ଦ୍ଧନ ତଣ୍ଡିଆ (୩୩) ବୋଲି ଜଣାପଡିଛି ।ଏନେଇ ବାଉଁଶୁଣି ଥାନା ପକ୍ଷରୁ କେସ ନମ୍ୱର୍ ୧୦୮/୨୪ ରେ ଏକ ମାମଲା ରୁଜ୍ଜୁ କରି ଚାଲାଣକାରୀକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.