www.samajalive.in
Friday, December 12, 2025
15.1 C
Bhubaneswar

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମି ରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା  କଟାକଟି ହେବା ପରେ ବାଦି ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ଜଣାପଡିଛି। ମୃତକ ଜଣକ  ପଡୋଶୀ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଥାନା ଅଧିନସ୍ଥ କେଦାରପୁର ଗ୍ରାମର ଏ ବାଲୁ ରେଡି ବୋଲି  ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ ଆଜି ସକାଳେ କେଦାର ପୁର ଗ୍ରାମର ୨୦ ଜଣରୁ ଉର୍ଦ୍ଧ୍ବ  ଯୁବକ ସୁନାପୁର ବେଳାଭୂମିକୁ ବଣ ଭୋଜି  କରିବାକୁ ଯାଇଥିଲେ।  ସେଠାରେ ଇଚ୍ଛାପୁର ବେଲପଡାର କିଛି ଯୁବକ ମଧ୍ୟ ବଣଭୋଜି କରୁଥିଲେ। ଅପରାହ୍ନ ପ୍ରାୟ  ୩ ଟା ବେଳେ ଉଭୟ ଗୋଷ୍ଠି ମଧ୍ୟ୍ୟରେ କୈାଣସି କଥାକୁ ନେଇ ବଚସା ହୋଇଥିଲା। ବଣ ଭୋଜି ସାରି ସନ୍ଧ୍ୟାରେ ମୃତକ ବାଲୁ ସମେତ ଅନ୍ୟ ମାନେ ଗ୍ରାମ କୁ ଫେରୁଥିବା ବେଳେ ବାଦି ଛକ ନିକଟରେ ଅନ୍ୟ ଗୋଷ୍ଠି ଯୁବକ ମାନେ ବାଲୁକୁ ଗୋଡେଇ ଗୋଡେଇ ସଂଘବଦ୍ଧ  ଭାବରେ ଆକ୍ରମଣ କରିଥିଲେ।
ଯାହା ଫଳରେ ବାଲୁ ଚେତା ଶୂନ୍ୟ ହୋଇ ନିକଟରେ ଥିବା ଓଡିଆରପି କଲୋନୀର ଏକ ଘର ସମ୍ମୁଖରେ ଅଚେତ ହୋଇ ପଡିଯାଇଥିଲେ। ଆକ୍ରମଣରେ ୩ ରୁ ଉର୍ଦ୍ଧ୍ବ ଯୁବକ ମଧ୍ୟ୍ୟ ଆହତ ହୋଇଥିଲେ। ଘଟଣା ପରେ  ଉଭୟ ଗୋଷ୍ଠୀର ଯୁବକ ମାନେ  ଘଟଣା ସ୍ଥଳରୁ ଭୟରେ ଫେରାର ସୋଇ ଯାଇଥିଲେ।ଘଟଣା ନେଇ   ଗୋଳନ୍ଥରା ଥାନା ରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାଲୁ ସମେତ ଅନ୍ୟ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ବାଲୁଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories