www.samajalive.in
Sunday, December 14, 2025
19.1 C
Bhubaneswar

ହାତୀଙ୍କ ଗତିବିଧି ଜାଣିବାକୁ ଡ୍ରୋନ କ୍ୟାମେରା ବୁଲାଇଲା ବନ ବିଭାଗ

ପାଟଣା: କିଛିଦିନ ହେଲା ୨୭ ଟିକିଆ ହାତୀପଲ ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ବେଳେ ଶନିବାର ସମରା ମୁଣ୍ଡା(୫୫)ନାମକ ଜଣେ ଛେଳି ଚରାଳି ପୁରୁଣାପାଣି ଜଙ୍ଗଲରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ହାତୀପଲଙ୍କ ଗତିବିଧି ଓ ପ୍ରକୃତିକୁ ଅନୁଧ୍ୟାନ କରିବା ପାଇଁ ପାଟଣା ବନ ବିଭାଗ ରବିବାର ଏରେଣ୍ଡେଇ ବୈତରଣୀ ପଠାରୁ ହାତୀପଲ ରହୁଥିବା ସ୍ଥାନ ଉପରେ ଡ୍ରୋନ କ୍ୟାମେରା ଉଡାଇଛି। ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ଉପସ୍ଥିତିରେ ପାଟଣା ବନପାଳ ପିଅନ ନାଏକ, ଘଟଗାଁ ବନପାଳ ଯତୀନ୍ଦ୍ର କୁମାର ସାହୁ, ବନରକ୍ଷୀ ଦେବଜାନୀ ମହାନ୍ତ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଜୀବବିଜ୍ଞାନୀମାନେ ଡ୍ରୋନ ଉଡାଇ ହାତୀପଲଙ୍କ ଫଟୋ ଚିତ୍ର ଉତ୍ତୋଳନ କରିଥିଲେ। ତେବେ ଏହି ହାତୀପଲରେ ୨୭ ନୁହେଁ ପ୍ରକୃତରେ ୨୪ଟି ହାତୀ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୬ଟି ଦନ୍ତା ୧୧ଟି ମାଇ ହାତୀ ଓ ୭ଟି ଛୁଆ ହାତୀ ଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories