ନୟାଗଡ଼: ହାଇୱା ଧକ୍କାରେ ଛାତ୍ରୀ ମୃତ, ଜଣେ ଛାତ୍ର ଗୁରୁତର। ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଟ୍ୟୁସନ ସାରି ଛାତ୍ରଛାତ୍ରୀ ଘରକୁ ଫେରିବାବେଳେ ଧକ୍କା ଦେଇଥିଲା ହାଇୱା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲା। ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାଣ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।
Popular Categories



