କନ୍ଧମାଳରେ ନକ୍ସଲ୍ ପୋଷ୍ଟର
ବାଲିଗୁଡ଼ା: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଲଖାରୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲ୍ ପୋଷ୍ଟର ଦେଖିବାକୁ ମିଳିଛି। ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ୨୪ଘଣ୍ଟା ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୬ ନକ୍ସଲ୍ଙ୍କ ମୃତ୍ୟୁ ଘଟଣାକୁ ଏହି ପୋଷ୍ଟରରେ ନିନ୍ଦା କରାଯାଇଛି। ଏଥିସହିତ ସହିଦଙ୍କ ସ୍ବପ୍ନ ସାକାର କରିବାକୁ ଆହ୍ବାନ ଦିଆଯାଇଛି। ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ନାମରେ ଲଗାଯାଇଥିବା ଏହି ପୋଷ୍ଟରରେ ନକ୍ସଲ୍ ବିରୋଧୀ କାର୍ୟ୍ୟକଳାପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାବନୀ ଦିଆଯାଇଛି।