ନକ୍ସଲଙ୍କ ବର୍ବର କାଣ୍ଡ

0

କାଲିମେଳା/ମାଲକାନଗିରି: କିଛି ଦିନର ନିରବତା ପରେ ନକ୍ସଲମାନେ ପୁଣି ଥରେ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ସୂଚନାଦାତା ଅଭିଯୋଗରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ସୁଦ୍ଧାକୋଣ୍ଡା ଗ୍ରାମର ଗଙ୍ଗା ମାଡକାମୀ। ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ନକ୍ସଲ୍ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସୁଦ୍ଧାକୋଣ୍ଡା ଗାଁକୁ ଆସିଥିଲେ। ଏହାପରେ ସେମାନେ ଗଙ୍ଗାଙ୍କ ଘରକୁ ଯାଇ ତାଙ୍କୁ ଡାକିନେଇଥିଲେ। ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ମଶାଣିକୁ ନେଇ ସେଠାରେ ଗଙ୍ଗାଙ୍କ ଛାତି ଓ କାନମୁଣ୍ଡାକୁ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ନକ୍ସଲମାନେ ଏକ ଚିଠି ଛାଡ଼ି ଯାଇଛନ୍ତି। ତଳେ ସେକ୍ରେଟାରୀ ସିପିଆଇ(ମାଓବାଦୀ) ବୋଲି ଲେଖାଯାଇଛି। ନକ୍ସଲ୍ଙ୍କ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିବାରୁ ଗଙ୍ଗାଙ୍କୁ ହତ୍ୟା କରାଗଲା ବୋଲି ସେଥିରେ ଉଲ୍ଲେଖ ରହିଛି। ପୁଲିସକୁ ସୂଚନା ଦେଲେ ଏଭଳି ଦଣ୍ଡ ଦିଆଯିବ ବୋଲି ଚିଠିରେ ଚେତାବନୀ ଦିଆଯାଇଛି।

prayash

kalyan agarbati
Leave A Reply