www.samajalive.in
Monday, December 15, 2025
16.1 C
Bhubaneswar

୨୬/୧୧ ମୁମ୍ବଇ ଆକ୍ରମଣରେ ପାକିସ୍ତାନର ହାତଥିଲା : ନୱାଜ ସରିଫ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିଲ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିଛନ୍ତି। ପାକିସ୍ତାନର ପ୍ରସିଦ୍ଧ ଗଣମାଧ୍ୟମ ଡନ୍‍କୁ ସାକ୍ଷାତକାର ଦେବା ସୟମରେ ନୱାଜ ସରିଫ କହିଛନ୍ତି ଯେ ବେସରକାରୀ ବ୍ୟକ୍ତିଙ୍କ ଦ୍ୱାରା ପାକିସ୍ତାନରେ ଆତଙ୍କବାଦୀ ସଂଗଠନଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛନ୍ତି ଓ ଧନଶୀଳ ହେଉଛନ୍ତି। ସରକାରରେ ନଥିବା ଏହି ବ୍ୟକ୍ତିମାନେ ୨୦୦୮ ନଭେମ୍ବର ୨୬ ମୁମ୍ବଇ ଆକ୍ରମଣ ଘଟାଇଥିଲେ ଓ ଏହି ଆକ୍ରମଣ ପଛରେ ସେମାନଙ୍କ ହାତ ଥିଲା। ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‍ ସୟିଦ ଏବଂ ମାସୁଦ୍‍ ଆଝାରଙ୍କ ନାମ ନନେଇ ଜମାତ- ଉଦ୍‍- ଦାବା ଏବଂ ଜୈଶ ଇ ମୋହମ୍ମଦ ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଦେଶରେ ଅବାଧରେ ଚାଲିଛନ୍ତି ବୋଲି ନୱାଜ କହିଛନ୍ତି। ଏହାସହ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସେ ବେସରକାରୀ ବ୍ୟକ୍ତି ବା ଅଣରାଜ୍ୟ ଅଭିନେତା ବୋଲି ଅଭିହିତ କରି ସେମାନଙ୍କୁ ସୀମା ପାର କରି ମୁମ୍ବଇରେ ୧୫୦ ଲୋକଙ୍କୁ ହତ୍ୟା କରିବାକୁ ଅନୁମତି ଦିଆଯିବା ଉଚିତ୍‍ କି ବୋଲି ସେ ପ୍ରଶ୍ନ କରିଥିଲେ। ପିଏମ୍‍ଏଲ୍‍ଏନ୍‍ ନେତା ନୱାଜ ରାୱଲପିଣ୍ଡି ଆତଙ୍କବାଦୀ ନିରୋଧୀ ଅଦାଲତରେ ମୁମ୍ବଇ ଆକ୍ରମଣର ଶୁଣାଣି କାହିଁକି ବନ୍ଦ କରିଦିଆଗଲା ବୋଲି ପ୍ରଶ୍ନ କରିଥିଲେ। କାହିଁକି ଶୁଣାଣି ପୂର୍ଣ୍ଣ ହେଲା ନାହିଁ ବୋଲି ପ୍ରଶ୍ନ କରିବା ସହ ଏହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ନୱାଜ କହିଥିଲେ। ରୁଷ ରାଷ୍ଟ୍ରପତି ପୁତିନ୍‍ ଏବଂ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ ମଧ୍ୟ ଏହା ଉପରେ ପ୍ରଶ୍ନ କରିଥିବା ସେ ସୂଚନା ଦେଇଥିଲେ। ଉଲ୍ଲେଖ ଯେ ପାନାମା ପେପର ପ୍ରଘଟ ମାମଲାରେ ୬୮ ବର୍ଷିୟ ସରିଫଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ସରକାରୀ ପଦରେ ରହିବାକୁ ଅଯୋଗ୍ୟ ଘୋଷିତ କରିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories