www.samajalive.in
Sunday, December 7, 2025
23.1 C
Bhubaneswar

ନାବାଳିକା ଜନ୍ମ ଦେଲା କନ୍ୟା ସନ୍ତାନ , ବାପା ମା’ଗ୍ରହଣ କରିବାକୁ ନାରାଜ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା ଝିଅ ବୁଧବାର ଦିନ ଭୋରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡିଛି।

ସୂଚନା ମୁତାବକ, ପୂର୍ବରୁ ନାବାଳିକା ଝିଅ ଗର୍ଭବତୀ ହେବା ଜାଣିବା ପରେ ତାର ପରିବାର ଲୋକ ନାବାଳିକା ସହ ପ୍ରେମ ସମ୍ପର୍କ ରଖିଥିବା ପରସବେଡା ଗ୍ରାମର ଜଣେ +୨ରେ ପାଠ ପଢୁଥିବା ନାବାଳକର ଘରକୁ ନେଇ ଦେଇଥିଲେ। ସେଠାରେ ଦୁଇଦିନ ରଖିବା ପରେ ନାବାଳକ ଓ ତାର ପରିବାର ଲୋକ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ନାବାଳିକାକୁ ଘରକୁ ପଠାଇଦେଇଥିଲେ। ତେବେ ସଂପୃକ୍ତା ନାବାଳିକା ଓ ତାର ପରିବାର ନ୍ୟାୟପାଇବା ପାଇଁ ମଙ୍ଗଳବାର ନବରଙ୍ଗପୁର ମା’ଘର ସଭାପତି କାଦମ୍ବିନୀ ତ୍ରିପାଠୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ମା’ଘରର ସହାୟତାରେ ପରିବାର ଲୋକ ଏସପି କେ. ନୀତିନ ଡୁଗୁଡୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏସଂପର୍କରେ ଉମରକୋଟ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ତେବେ ବୁଧବାର ରାତ୍ର ପ୍ରାୟ ୩ଟାବେଳେ ନାବାଳିକାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଭୋରରୁ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଏହା ଜାଣିବା ପରେ ସକାଳେ ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଓ ତାଙ୍କର କର୍ମକର୍ତ୍ତା ଝରିଗାଁ ଡାକ୍ତରଖାନାକୁ ଯାଇ ମା’ଓ ଶିଶୁ ଦେଖିବା ସହ ଡାକ୍ତରଙ୍କୁ ଭେଟି ଆଲୋଚନା କରିଥିଲେ। ଉଭୟ ମା’ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି। ତେବେ ନାବାଳିକା ମା’ହେବାପରେ ତାଙ୍କୁ ତାଙ୍କର ବାପା ଓ ମା’ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ନାବାଳିକାକୁ ଘରକୁ ନେବାକୁ ବାରଣ କରିଛନ୍ତି। ଫଳରେ ଜିଲାପାଳଙ୍କ ସହ ଆଲୋଚନା କରି ନାବାଳିକା ଓ ତାର ଶିଶୁକୁ ଡାବୁଗାଁସ୍ଥିତ ସ୍ୱଳ୍ପକାଳୀନ ଗୃହରେ ରଖାଯିବାକୁ ପଦକ୍ଷେପ ନିଆଯିବ ବୋଲି ମା’ଘର ଅଧ୍ୟକ୍ଷା ଶ୍ରୀମତି ତ୍ରିପାଠୀ କହିଛନ୍ତି। ନାବାଳିକା ଓ ଶିଶୁର ସ୍ୱାସ୍ଥ୍ୟ ଓ ତାଙ୍କୁ ସହାୟତା ପ୍ରଦାନ ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories