ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ଵର: ଖୋର୍ଦ୍ଧା ଜିଲାର ବରୁଣେଇଠାରେ ରବିବାର ପାଇକ ବିଦ୍ରୋହ ସ୍ମାରକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କ ନାମରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

prayash

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ପେଟ୍ରୋଲିୟମ ଏବଂ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଉଛି। ରାଜ୍ୟ ସରକାର ଏହି ସ୍ମାରକ ପାଇଁ ଜମି ଯୋଗାଇ ଦେଇଥିବାବେଳେ ଭିତ୍ତିଭୂମି ଯୋଗାଇଦେବେ। ପାଇକ ବିଦ୍ରୋହ ବ୍ରିଟିଶ ଶାସନ ବିରୋଧରେ ଗଣ ଆନ୍ଦୋଳନ ଥିଲା। ସମସ୍ତ ପାଇକ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ପାଇକଙ୍କ ସାହସ ଯୋଗୁ ସାହସ ଯୋଗୁ ଆମେ ଗଙ୍ଗାରୁ ଗୋଦାବରୀ ଜୟ କରିଥିଲୁ। ସମ୍ରାଟ ଖାରବେଳ ଏବଂ କପିଳେନ୍ଦ୍ରଙ୍କ ଦିଗବିଜୟ ଆମ ପାଇଁ ଗୌରବ। ୧୮୦୩ ପର୍ଯ୍ୟନ୍ତ ଓଡ଼ିଶା ଅପରାଜେୟ ରହିଥିଲା। ୧୮୧୭​‌ରେ ପାଇକମାନେ ହିଁ ପ୍ରଥମେ ବ୍ରିଟିଶ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ଦାବି କରିଆସିଛି। ଏହି ପରିପ୍ରେକ୍ଷୀରେ ବକ୍ସି ଜଗବନ୍ଧୁଙ୍କ ନାମରେ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଯାଉ ବୋଲି ନବୀନ କହିଥିଲେ। ରାଷ୍ଟ୍ରପତି ଆମ ଦାବି ପ୍ରତି ସୁବିଚାର କରିବେ ବୋଲି ଆଶା ରହିଥିବା ସେ କହିଥିଲେ।

Comments are closed.