www.samajalive.in
Tuesday, December 9, 2025
17.1 C
Bhubaneswar

ଦେଶରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ

ଭୁବନେଶ୍ଵର : ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ଓଡିଶାର ଲୋକ ସବୁଠୁ ଅଧିକ ସନ୍ତୁଷ୍ଟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ହୋଇ ୯୫.୬ ପଏଣ୍ଟ ​‌ଦେଇଛି ଓଡିଶା । ବିଜେପି ଶାସିତ ରାଜ୍ୟଠାରୁ ବି ଓଡିଶାରେ ମୋଦି ବେଶୀ ଗ୍ରହଣୀୟ । ଏନେଇ ଆଇଏଏନଏସ-ସି ଭୋଟର ସର୍ଭେରେ ମୋଦି ଓଡିଶାରେ ସର୍ବାଧିକ ପ୍ରିୟ ବୋଲି ଜଣାପଡିଛି ।

ବର୍ତ୍ତମାନ ସମୟରେ ଦେଶ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଏହି ସମୟରେ କରୋନା ମହାମାରୀର ମୁକାବିଲା କରିବା ସହ ସାଧାରଣ ଜନତାଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଏହି ସମୟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ କରୋନା ମୁକାବିଲା ସହ ସାଧାରଣ ଜନତାଙ୍କ ପାଇଁ ନେଉଥିବା ପଦକ୍ଷେପରେ ଜନତା କେତେ ସନ୍ତୁଷ୍ଟ ଅଛନ୍ତି ତାହା ଜାଣିବା ପାଇଁ ଖବର ସବରବରାହ ସଂସ୍ଥା ଆଇଏଏନଏସ୍ ଏବଂ ସି ଭୋଟରର ମିଳିତ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୬୫% ଥିବାବେଳେ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ଜଣାପଡିଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ କାର୍ଯ୍ୟକୁ ଓଡିଶାରେ ୯୫.୬ ପ୍ରତିଶତ ଲୋକ ଗ୍ରହଣ କରନ୍ତି ବୋଲି ସର୍ଭେରେ ପ୍ରକାଶ ପାଇଛି । ୮୪.୮୭ ପ୍ରତିଶତ ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨ ପ୍ରତିଶତ ମୋଦିଙ୍କ ଉପରେ ଖୁସି ନୁହଁନ୍ତି ବୋଲି ସୂଚନା ପ୍ରକାଶ ପାଇଛି । ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଆନ୍ଧ୍ରରେ ବି ମୋଦୀ ଅଧିକମାତ୍ରାରେ ଗ୍ରହଣୀୟ । ହିମାଚଳରେ ୯୩.୯୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ, ଆନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦୀଙ୍କ ଉପରେ ଖୁସି ରହିଛନ୍ତି । ତେବେ ଓଡିଶା ଭଳି ଛତିଶଗଡ ଓ ଆନ୍ଧ୍ରରେ ବି ଅଣବିଜେପି ସରକାର ଚାଲିଛି । ଅନ୍ୟପଟେ ମୋଦୀଙ୍କ କାର୍ୟ୍ୟକୁ ତାମିଲନାଡୁ ଲୋକଙ୍କ ସର୍ବନିମ୍ନ ଗ୍ରହଣୀୟତା ରହିଥିବା ସୂଚନା ମିଳିଛି । ତାମିଲନାଡୁରେ ୩୨.୧୫ ଏବଂ କେରଳରେ ୩୨.୮୯ ପ୍ରତିଶତ ଲୋକ ମୋଦୀଙ୍କୁ ପସନ୍ଦ କରନ୍ତି ବୋଲି ଉଲ୍ଲେଖ ରହିଛି ।

ଅନ୍ୟପଟେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଓଡିଶାର ନବୀନ ପଟ୍ଟନାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନେଇ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ନବୀନଙ୍କ ସହ  ଛତିଶଗଡର ମୁଖ୍ୟମନ୍ତ୍ରୀ  ଭୂପେଶ ଭାଗଲେ ଓ କେରଳର ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ମଧ୍ୟରେ କଡା ମୁକାବିଲା ରହିଥିଲା । ହେଲେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ବୋଲି ସର୍ବେକ୍ଷଣରେ ଜଣାପଡିଛି । ଆଉ ସବୁଠୁ କମ ଲୋକପ୍ରିୟତା ଭାବରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ ରାୱତ ଓ ପଞ୍ଜାବର ଅମରିନ୍ଦର ସିଂ ରହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories