ଭୁବନେଶ୍ୱର: ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସେମାନଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବ ବୋଲି ମଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ବିଭିନ୍ନ ଅଂଚଳର ସଂସ୍କୃତି ଓ ପରମ୍ପରା ସହିତ ଆମକୁ ଯୋଡିଛି। ବରିଷ୍ଠ ନାଗରିକ ତୀର୍ଥ ଯୋଜନା ରାଜ୍ୟ ସରକାରଙ୍କ ଏକ ଲୋକପ୍ରିୟ ଯୋଜନା ବୋଲି ନବୀନ କହିଛନ୍ତି। ୨୦୧୬-୧୭ ମସିହାରୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଏଯାବତ ୨୦ହଜାରରୁ ଅଧିକ ବରିଷ୍ଠ ନାଗରିକ ମାନେ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ସାରିଲେଣି। ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Popular Categories



