www.samajalive.in
Saturday, December 6, 2025
23.1 C
Bhubaneswar

ସବୁଠୁ ଖରାପ ବଗିଚା ପାଇଁ ଖ୍ୟାତି ଅର୍ଜନ କଲେ ଏହି ମହିଳା; ହଲିଉଡ଼ ତାରକା ବି କଲେ ସମର୍ଥନ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ବଗିଚାକୁ ଏହାର ସବୁଜିମା ତଥା ସୌନ୍ଦର୍ଯ୍ୟତା ପାଇଁ ପ୍ରଶଂସା କରାଯାଏ ଏବଂ ପୁରସ୍କୃତ କରାଯାଏ। ହେଲେ ଆପଣ କେବେ କଳ୍ପନା କରିପାରିବେ କି, କେହି ଜଣେ ନିଜ ଅସୁନ୍ଦର ତଥା ଖରାପ ବଗିଚାକୁ ନେଇ ଖୁବ୍‌ ନାଁ ଓ ଖ୍ୟାତି ଅର୍ଜନ କରୁଛନ୍ତି। ଆପଣ ଏହାକୁ ସହଜରେ ବିଶ୍ବାସ କରି ନ ପାରନ୍ତି, କିନ୍ତୁ ଏହା ସତ। ଅଷ୍ଟ୍ରେଲିଆର କ୍ୟାଥଲିନ୍ ମୁରେ ଏହାର ଉଦାହରଣ, ଯିଏ ୱାର୍ଲ୍ଡ୍‌ସ ଅଗଲିଏଷ୍ଟ ଲନ୍ ଅର୍ଥାତ୍ ଦୁନିଆର ସବୁଠାରୁ ଖରାପ ଉଦ୍ୟାନର ମାଲିକ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ତାଙ୍କ ଲନ୍‌ର ଫଟୋ ଦେଖି ହୁଏତ ଆପଣ ବି କହିବେ ଯେ, କାହାର ବଗିଚା ଏତେ ଅସୁନ୍ଦର କେମିତି ହୋଇପାରେ, କିନ୍ତୁ ଏହି ଅସୁନ୍ଦରତା ହିଁ ତାଙ୍କ ପରିଚୟର କାରଣ ପାଲଟିଛି।

କ୍ୟାଥଲିନ୍ ମୁରେଙ୍କ ବଗିଚା ଦେଖିଲେ କୌଣସି ଉଜୁଡ଼ା କ୍ଷେତ ପରି ଲାଗିବ। ଯେଉଁଠାରେ ସବୁଜତା ଆଦୌ ଦୃଶ୍ୟମାନ ହୁଏ ନାହିଁ। ଏହା ପରିବର୍ତ୍ତେ ସେଠାରେ ଶୁଖିଲା ଘାସ, ଶୁଖିଲା ଗଛ ଏବଂ ବିଭିନ୍ନ ସ୍ଥାନରେ ମୂଷା ଗାତ ଦେଖିବାକୁ ମିଳେ। ଏହାରି ଭିତରେ ଠିଆ ହୋଇ ବଗିଚାର ମାଲିକ ଫଟୋ ଉଠାଇଛନ୍ତି। ଖାସ୍‌ କଥା ହେଉଛି, ଏଥିରେ ସେ ସେହି ବାଦାମୀ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ଯାହାକୁ ସେ ଏହି ପ୍ରତିଯୋଗିତା ଜିତିବା ପରେ ପାଇଛନ୍ତି। ଜିତିବା ପରେ ତାଙ୍କୁ ଏକ ସେକେଣ୍ଡ ହ୍ୟାଣ୍ଡ୍‌ ଟି-ସାର୍ଟ ମିଳିଛି, ଯେଉଁଥିରେ ଲେଖାହୋଇଛି, ବିଶ୍ବର ସବୁଠୁ ଖରାପ ଉଦ୍ୟାନର ଗର୍ବିତ ମାଲିକ।

- Advertisement -

ସବୁଠୁ ଖରାପ ଉଦ୍ୟାନର ଏହି ଆବିଷ୍କାର ପଛରେ ଏକ ରୋଚକ କାରଣ ଅଛି। ସୂଚନା ମୁତାବକ, ଏହି ପ୍ରତିଯୋଗିତା ସ୍ୱିଡେନର ଗଟ୍‌ଲାଣ୍ଡ ଦ୍ୱୀପ ଦ୍ୱାରା ଆରମ୍ଭ ହୋଇଥିଲା। ଏହାର କାରଣ ଥିଲା, ଜଳ ଅଭାବ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା। ଏହା ମାଧ୍ୟମରେ ଏହି ସଂଗଠନ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଯେ, ଏହି ଅଞ୍ଚଳ ଲଗାତର ଭାବେ ମରୁଡ଼ିର ଶିକାର ହେଉଛି ଏବଂ ଜଳ ଯୋଗାଣ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସବୁଜିମା ଭର୍ତ୍ତି ବଗିଚା ରଖିବା କଷ୍ଟକର। ‘ଦି ଫଲ୍ଟ ଇନ୍‌ ଆୱାର ଷ୍ଟାର୍ସ’ ଏବଂ ଏଚବିଓ ଟିଭିର ‘ବିଗ୍‌ ଲିଟିଲ୍‌ ଲାଇଜ୍‌’ ସିରିଜ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଆମେରିକୀୟ ଅଭିନେତ୍ରୀ ଶୈଲିନ୍‌ ଉଡ୍‌ଲୀ ମଧ୍ୟ ଏହି ପ୍ରତିଯୋଗିତାକୁ ସମର୍ଥନ କରନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories