ଅଧିକାଂଶ ଲୋକଙ୍କ ଅଭ୍ୟାସ ସକାଳୁ ଉଠିବା ପରେ ଚା’ କିମ୍ବା କଫି ସେବନ କରିବା। ଏହାକୁ ସୀମିତ ପରିମାଣରେ ଅର୍ଥାତ ଦିନକୁ ଥରେ ଅଥବା ୨ ଥର ଚା’,କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିନଥାଏ। ମାତ୍ର ବାରମ୍ବାର ଚା’,କଫି ସେବନ ସହ ଦେହ ଖରାପ ସମୟରେ ଏହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏପରିକି ଅନେକ ସମୟରେ ଦେଖାଯାଏ ଲୋକେ ଔଷଧ ଖାଇବା ପୂର୍ବରୁ ଓ ପରେ ଏହାର ସେବନ କରି ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ଜନିତ ଅନେକ କ୍ଷତି କରିଥାଏ। ଔଷଧର ପ୍ରଭାବ ଶରୀରକୁ ମିଳିନଥାଏ।
ଏକ ଅଧ୍ୟୟନରୁ ଜଣାପଡିଛି, ଅତ୍ୟଧିକ କଫି ଓ ଚା’ର ସେବନ ଦ୍ୱାରା ଭୋଜନ ସମୟରେ ପ୍ରଭାବ ପକାଏ ଅର୍ଥାତ ଭୋକ ମାତ୍ରା ଖୁବ୍ କମ୍ କରି ଦେଇଥାଏ। ପରିବର୍ତ୍ତନ ମଧ୍ୟ କରିଥାଏ। ଔଷଧ ଖାଇବା ପୂର୍ବରୁ ଓ ପରେ ଏହାର ସେବନ କରିବା ଦ୍ୱାରା ପେଟରେ ହେଉଥିବା ପରିବର୍ତ୍ତନ କାରଣରୁ ଔଷଧକୁ ଅବଶୋଷିତ କରିବା ପାଇଁ ଯେଉଁ ରାସାୟନିକ ଦ୍ରବ୍ୟର ଆବଶ୍ୟକତା ହୋଇଥାଏ, ତାହା ସୃଷ୍ଟି ହୋଇପାରିନଥାଏ। ଫଳରେ ଔଷଧର ସକରାତ୍ମକ ପ୍ରଭାବ ମିଳିପାରିନଥାଏ।
କଫି,ଚା’ ପିଇବା ପରେ ପେଟରେ ଏସିଡର ସ୍ତର ବୃଦ୍ଧି ହୋଇଥାଏ। ଏହା ଔଷଧର ପ୍ରଭାବ କମ୍ କରି ଦେଇଥାଏ। ବିଶେଷ କରି କିଛି ସ୍ୱତନ୍ତ୍ର ରୋଗ ପାଇଁ ଖାଉଥିବା ଔଷଧ ଖାଇବା ପରେ ଓ ପୂର୍ବରୁ ଆଦୌ ଚା’,କଫି ପିଇବା ଉଚିତ ନୁହେଁ। ଥାଇରଏଡ,ଥଣ୍ଡା ଜ୍ୱର, ସଂକ୍ରମିତ ରୋଗ, ମଧୁମେହ,ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ମାନସିକ ଦୁଃଶ୍ଚିନ୍ତା ଆଦି ପାଇଁ ଔଷଧ ସେବନ କରୁଥିଲେ, ଔଷଧ ସେବନ ପରେ କିମ୍ବା ପୂର୍ବରୁ ଚା’,କଫି ସେବନ କରିବା ଉଚିତ ନୁହେଁ। ଔଷଧର କୌଣସି ସୁଫଳ ମିଳିନଥାଏ।



