nua o banner

ବିମାନ ଭିତରେ ଖୋଲିଲାନି ଶୌଚାଳୟ କବାଟ, ଆଉ ତା ପରେ . . .

BJD Bijuli 480×75 Mob

ଦିଲ୍ଲୀ: ବିମାନ ଶୌଚାଳୟରେ ଫିସିଲେ ଯାତ୍ରୀ। ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ଏକ ଘଣ୍ଟା ଧରି ବିମାନର ଶୌଚାଳୟରେ ଫସି ରହିଥିଲେ ଯାତ୍ରୀ। ମଙ୍ଗଳବାର ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ବିମାନରେ ଥିବା ଶୌଚାଳୟ କବାଟ ଲକ୍‍ ନଖୋଲିବାରୁ ଫସି ରହିଥିଲେ ଯାତ୍ରୀ। ମୁମ୍ବାଇରୁ ବିମାନଟି ଉଡାଣ ଭରିବା ପରେ ଜଣେ ପୁରୁଷ ଯାତ୍ରୀ ଶୌଚାଳୟ ଯାଇଥିଲେ। କିନ୍ତୁ ପରେ ଶୌଚାଳୟ କବାଟ ଖୋଲିନଥିଲା। ବେଙ୍ଗାଲୁରୁରେ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କୁ ଶୌଚାଳୟ ମଧ୍ୟରେ ଅପେକ୍ଷା କରିବାକୁ ପଡିଥିଲା। ପରେ ଟେକ୍ନିସିଆନଙ୍କ ସହାୟତାରେ ଶୌଚାଳୟର କବାଟ ଖୋଲାଯାଇଥିଲା। ତେବେ ଏହାକୁ ନେଇ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି।

ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବିମାନଟି ଆକାଶରେ ଥିବା ବେଳେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । କବାଟରେ ଲାଗିଥିବା ଲକ୍ରେ ତ୍ରୁଟି ଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ଅବତରଣ ପରେ ଇଞ୍ଜିନିୟରଙ୍କ ସହାୟତାରେ ଲକ୍ ଖୋଲା ଯାଇଥିଲା । ଏବଂ ପୀଡ଼ିତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।

Comments are closed.