ଧାମରାରେ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ଧାମରା : ଧାମରାରେ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଜୁଲାଇ ୨୮ତାରିଖରେ ଏହି ଦିବସ ପାଳିତ ହେଉଥିବା ବେଳେ ବିଶ୍ୱ ପ୍ରକୃତି ଏବଂ ସଂରକ୍ଷଣ ପାଇଁ ସ୍ଥାୟୀ ଏବଂ ସୁସ୍ଥ ସମାଜ ଲାଗି ସୁସ୍ଥ ପରିବେଶ ଓ ପ୍ରାକୃତିକ ଉତ୍ସ ଗୁଡିକର ସଂରକ୍ଷଣକୁ ଏହି ଦିବସରେ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ପ୍ରକୃତିର ସବୁଜିମାକୁ ଶାନ୍ତ ସରଳ ରଖିବା ପାଇଁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ହୋଇଥିବା ଶରତ ଦଳେଇ ଧାମରା ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଜି ଭଳି ଦିନରେ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ପରିବେଶକୁ ସୁସ୍ଥ କରି ଗଢି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

Comments are closed.