www.samajalive.in
Sunday, December 14, 2025
17.1 C
Bhubaneswar

ଆଇଆଇଏମ ସମ୍ବଲପୁରକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ଗଢ଼ି ତୋଳିବା ମୂଳ ଲକ୍ଷ୍ୟ : ପ୍ରଫେସର ଜୟସ୍ୱାଲ

ବୁର୍ଲା : ସମ୍ବଲପୁର ସ୍ଥାପିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ(ଆଇଆଇଏମ)ର ଅଷ୍ଟମ ବ୍ୟାଚ ପ୍ରବେଶାର୍ଥୀଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନକୁ ଦେଶର ଏକ ଅଗ୍ରଣୀ ସଂସ୍ଥାନ ରୁପେ ଗଢ଼ି ତୋଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଦେଶର ଅନ୍ୟ ପ୍ରବନ୍ଧନ ସଂସ୍ଥାନ ଠାରୁ  ବହୁ ପଛରେ ଏହାର ସ୍ଥାପନା ସତ୍ୱେ ପ୍ରଥମ ବ୍ୟାଚର ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଯୋଗାଇ ଦେଇ ଏହା ସୁନାମ ଅର୍ଜନ କରିଛି । ଛଅ ବର୍ଷ ପୂର୍ବେ ଏହି ସଂସ୍ଥାନର ପ୍ରଥମ ନିର୍ଦ୍ଦେଶକ ରୁପେ ତାଙ୍କ ନିଯୁକ୍ତି ପରଠାରୁ ଏହାକୁ ଏକ ପ୍ରମୁଖ ପ୍ରବନ୍ଧନ ସଂସ୍ଥାନ ଭାବେ ଗଢ଼ି ତୋଳିବା ପାଇଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି । ଏଇଥିପାଇଁ ତାଙ୍କୁ ଏଠାରେ ଆଉ ଥରେ ନିର୍ଦ୍ଦେଶକ ପଦ ଦିଆଯାଇଛି । ଏହାକୁ ବର୍ତ୍ତମାନ ଆଉ ଆଗକୁ ନେଇ ଯିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି । ୮ମ ବ୍ୟାଚର ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହରେ ଯୋଗ ଦେଇ ପ୍ରଫେସର ଜୟସ୍ୱାଲ ଏହା କହିଛନ୍ତି।

ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଏଠାକାର ପ୍ରତିଷ୍ଠିତ ମହାନଦୀ କୋଇଲା କମ୍ପାନି ଏମସିଏଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଓ. ପି ସିଂହ ଓ ସମ୍ମାନିତ ଅତିଥି ରୂପେ ଇଣ୍ଡିଆନ ଅଏଲ କର୍ପୋରେସନର କାର୍ମିକ ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବରେ ଷ୍ଟାର୍ଟଅଫ୍ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଓଁକାର ରାଏ ଓ ଆଇଆଇଏମର ବରିଷ୍ଠ ଅଧ୍ୟାପକ ଦିପ୍ତିରଞ୍ଜନ ମହାପାତ୍ର ମଞ୍ଚାସୀନ ରହି ସଭାକୁ ସମ୍ବୋଧିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories