ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର: ଜାତୀୟ ଜନଜାତି ନୃତ୍ୟ ମହୋସିବ ଏବଂ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ଯଥାକ୍ରମେ ଦ୍ୱାଦଶ ଓ ଦଶମ ବର୍ଷରେ ପଦାର୍ପଣ କରିଛି। ଏହି ବାର୍ଷିକ ଉସିବ ଦ୍ୱୟ କାଳକ୍ରମେ ଅଧିକରୁ ଅଧିକ ଚିତ୍ତାକର୍ଷକ ହୋଇଚାଲିଛି। ଚଳିତ ବର୍ଷ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସନ୍ଧ୍ୟା ୬.୩୦ ଘଟିକା ଠାରୁ ୮.୩୦ ଘଟିକା ପର୍ଯ୍ୟନ୍ତ ଏବଂ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ମାର୍ଚ୍ଚ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩.୦୦ ଘଟିକା ଠାରୁ ରାତ୍ର ୯.୦୦ଘଟିକା ପର୍ଯ୍ୟନ୍ତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଛି ।

ଓଡିଶା ସମେତ ମିଜୋରାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ କଳାବସ୍ତୁ ପ୍ରଦର୍ଶନୀରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତରପ୍ରଦେଶ, ଛତିଶଗଡ଼, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟର ଜନଜାତି କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ଏହି ମେଳାରେ ଲାଖ, ବାଉଁଶ, ସବାଇ, ଶିଆଳି, ଧାନ, କାଠ, ପଥର, ଲୁହା ଇତ୍ୟାଦିରୁ ପ୍ରସ୍ତୁତ କଳାବସ୍ତୁ ପ୍ରଦର୍ଶିତ ହେଉଛି।

prayash

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରୀପାଠୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି ଉସିବରେ ଯୋଗଦାନ କରିଥିଲେ। ଏହି ଅବସରରେ ଜାତୀୟ ଜନଜାତି ନୃତ୍ୟ ମହୋସିବରେ ଯୋଗଦେଇଥିବା ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ନୃତ୍ୟ ମହୋସିବର ପ୍ରଥମ ଦିବସରେ ମିଜୋ ଜନଜାତିଙ୍କ ସୋଲାକିଆ ନୃତ୍ୟ (ମିଜୋରାମ), ନିଶି ଜନଜାତିଙ୍କ ରେଖମପଡା ନୃତ୍ୟ (ଅରୁଣାଚଳ ପ୍ରଦେଶ), ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ (ମହାରାଷ୍ଟ୍ର), କୋୟା ଜନଜାତିଙ୍କ ବିଜାପାଣ୍ଡୁ ନୃତ୍ୟ (ଓଡିଶା), ସହରିଆ ଜନଜାତିଙ୍କ ସ୍ୱାଙ୍ଗ ନୃତ୍ୟ (ରାଜସ୍ଥାନ), ଓରାମ୍‌ ଜନଜାତିଙ୍କ କରମାନୃତ୍ୟ (ଝାଡ଼ଖଣ୍ଡ) ଜାତପୁ ଜନଜାତିଙ୍କ କାଣ୍ଡିକୋଟାଲୁ ନୃତ୍ୟ (ଆନ୍ଧ୍ରପଦେଶ) ଓ ଗଣ୍ଡ ଜନଜାତିଙ୍କ ଝୁମର୍‌ ନୃତ୍ୟ (ଉତ୍ତରପ୍ରଦେଶ) ପରିବେଷିତ ହୋଇଛି।

ସେହିପରି ଦ୍ୱିତୀୟ ଦିବସରେ ରାଥୱା ଜନଜାତିଙ୍କ ଘୁମୁରିଆ ନୃତ୍ୟ (ଗୁଜୁରାଟ), ଜାତପୁ ଜନଜାତିଙ୍କ ଟୋକି ଯାତ୍ରା ନୃତ୍ୟ (ଆନ୍ଧ୍ରପ୍ରଦେଶ), ଜୋନ୍‌ସାରି ଜନଜାତିଙ୍କ ହରିଣ ନୃତ୍ୟ (ଉତ୍ତରାଖଣ୍ଡ), କୁଟିଆକନ୍ଧ ଆଦିମ ଜନଜାତିଙ୍କ ଧାଙ୍ଗଡାଧାଙ୍ଗଡି ନୃତ୍ୟ (ଓଡିଶା), ଗଣ୍ଡ ଜନଜାତିଙ୍କ ମାନ୍ଦରୀ ନୃତ୍ୟ (ଛତିଶଗଡ), ପଙ୍ଗ୍‌ୱାଲ୍‌ ଜନଜାତିଙ୍କ ଜୁକାରୁ ନୃତ୍ୟ (ହିମାଚଳ ପ୍ରଦେଶ), ଓରାମ ଜନଜାତିଙ୍କ ଜେଠ୍‌ ଯାତ୍ରା ନୃତ୍ୟ (ଝାରଖଣ୍ଡ) ଓ ମିଜୋ ଜନଜାତିଙ୍କ ଚିରାଓ ଏବଂ ଛିଲାମ୍‌ ନୃତ୍ୟ (ମିଜୋରାମ) ପରିବେଷିତ ହେବ। ମହୋସିବର ତୃତୀୟ ତଥା ଅନ୍ତିମ ଦିବସରେ ଗଣ୍ଡ ଜନଜାତିଙ୍କର ଢେମ୍‌ସା ନୃତ୍ୟ (ମହାରାଷ୍ଟ୍ର), ଗାଲୋ ଜନଜାତିଙ୍କ ପୋପ୍‌ରି ନୃତ୍ୟ(ଅରୁଣାଚଳ ପ୍ରଦେଶ), ରାଥୱା ଜନଜାତିଙ୍କ ହୋଲି ଘେରିଆ ନୃତ୍ୟ (ଗୁଜୁରାଟ), ପଙ୍ଗୱାଲ ଜନଜାତିଙ୍କ ଘୁରାଇ ନୃତ୍ୟ, (ହିମାଚଳ ପ୍ରଦେଶ), ଓରାମ୍‌ ଜନଜାତିଙ୍କ କରମା ନୃତ୍ୟ (ଓଡିଶା), ସହରିଆ ଜନଜାତିଙ୍କ କଚ୍ଚିଘୋଡି ନୃତ୍ୟ (ରାଜସ୍ଥାନ), ଗଣ୍ଡ ଜନଜାତିଙ୍କ କରମା ନୃତ୍ୟ (ଉତ୍ତରପ୍ରଦେଶ), ଗଣ୍ଡ ଜନଜାତିଙ୍କ ଗେଡି ନୃତ୍ୟ (ଛତିଶଗଡ) ଓ ଜୋନ୍‌ସାରି ଜନଜାତିଙ୍କ ହାତୀ ନୃତ୍ୟ ପରିବେଷିତ ହେବ।

kalyan agarbati

Comments are closed.