‘ଉଦୀୟମାନ ସ୍ଥିତିକୁ ସୂଚାଇବାରେ ଭାରତ ଅଗ୍ରଣୀ ଭୂମିକା ନିର୍ବାହ କରିବ’

ଭାରତର ଜି-୨୦ ଅଧ୍ୟକ୍ଷତା: ଅାମର ଅନିର୍ବାର୍ଯ୍ୟ ବୈଦେଶିକ ନୀତି ଓ ବିଶ୍ବସ୍ତରୀୟ ପ୍ରାଥମିକତା’ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଏବଂ ଭାରତୀୟ ଲୋକ ପ୍ରଶାସନ ସଂଘ(ଆଇଆଇପିଏ) ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ବାଣୀବିହାରରେ ‘ଭାରତର ଜି-୨୦ ଅଧ୍ୟକ୍ଷତା: ଅାମର ଅନିର୍ବାର୍ଯ୍ୟ ବୈଦେଶିକ ନୀତି ଓ ବିଶ୍ବସ୍ତରୀୟ ପ୍ରାଥମିକତା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ରାଷ୍ଟ୍ରଦୂତ ଦେବରାଜ ପ୍ରଧାନ ଯୋଗଦେଇ କହିଥିଲେ ଜି-୨୦ ଅଧ୍ୟକ୍ଷତା ଭାରତକୁ ବିଶ୍ୱ ସହଯୋଗର କାର୍ଯ୍ୟ ସାରଣୀ ପ୍ରସ୍ତୁତ କରିବାର ସୁଯୋଗ ଦେଇଛି। ଗୋଷ୍ଠୀର ଗୁରୁତ୍ୱ ଏହାର ଅର୍ଥନୈତିକ ଶକ୍ତି ଦ୍ୱାରା ପ୍ରତିଫଳିତ ହୋଇଥାଏ। ଏକ ଅଗ୍ରଣୀ ଶକ୍ତି ଭାବରେ ଏହାର ଉଦୀୟମାନ ସ୍ଥିତିକୁ ସୂଚାଇବାର ଏକ ସୁଯୋଗ ଭାବରେ ଜି-୨୦ ଅଧ୍ୟକ୍ଷତା ପ୍ରକଳ୍ପ ପ୍ରସ୍ତୁତ ପାଇଁ ଭାରତ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି। ସ୍ବାଧୀନତା ପରଠାରୁ ଆଣବିକ ବିସ୍ତାର, ବିଶ୍ବ ବାଣିଜ୍ୟ ନିୟମ, ଜଳବାୟୁ ପରିବର୍ତ୍ତନ ଏବଂ ମାନବିକ ହସ୍ତକ୍ଷେପ ଭଳି ପ୍ରସଙ୍ଗରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଭାରତ ଅନେକ କ୍ଷେତ୍ରରେ ଦୃଢ଼ ପ୍ରବକ୍ତା ସାଜିଛି। ଜି-୨୦ ଅଧ୍ୟକ୍ଷତାର ଏକ ଅଂଶ ଭାବରେ ଭାରତ ଦେଶର ବିଭିନ୍ନ ସହରରେ ବୈଠକ ଆୟୋଜନ କରୁଛି-ଯାହାକି ନୂଆଦିଲ୍ଲୀର ବିଶ୍ୱସ୍ତରୀୟ ଯୋଗଦାନରେ ଭାରତୀୟ ରାଜ୍ୟ ଅଂଶୀଦାର ଭାବେ ପରିଗଣିତ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଭାରତୀୟ ଲୋକ ପ୍ରଶାସନ ସଂଘ(ଆଇଆଇପିଏ) ଓଡ଼ିଶା ଶାଖାର ଅଧ୍ୟକ୍ଷ ଡ.ଅରୁଣ କୁମାର ରଥ ଆଲୋଚନାଚକ୍ରରେ ପୌରହିତ୍ୟ କରି ଭାରତ ନେତୃତ୍ବ ନେଇ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ସେବା ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗର ସମାଧାନ କିଭଳି କାର୍ଯ୍ୟକାରୀ ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ଅଭିଭାଷଣ ରଖିଥିଲେ।

prayash

ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଯୋଗଦେଇ ପ୍ରତିକୂଳ ପରିସ୍ଥିତିରେ ଦେଶରେ ନିରନ୍ତର ବିକାଶ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିଥିଲେ।

ଆଇଆଇପିଏ ଉପଦେଷ୍ଟା ଉପଦେଷ୍ଟା ଶରତଚନ୍ଦ୍ର ମିଶ୍ର ଓ କଲ୍ୟାଣ ରାୟ, ଉପାଧ୍ୟକ୍ଷ ଡ.ପ୍ରତୀପ କୁମାର ମିଶ୍ର ପ୍ରମୁଖ ଆଲୋଚନାଚକ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବାବେଳେ ଆଇଆଇପିଏ ଓଡ଼ିଶା ଶାଖା ସଚିବ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଡ.ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଡ.ଜ୍ୟୋର୍ତିମୟୀ ଟୁଡୁ ଧନ୍ୟବାଦ ଦେଇଥିଲେ।

kalyan agarbati

Comments are closed.