www.samajalive.in
Tuesday, December 9, 2025
16.1 C
Bhubaneswar

ସାମ୍ବାଦିକତାରେ ସର୍ଜନଶୀଳ ଆଲେଖ୍ୟକୁ ଗୁରୁତ୍ବ, ଲକ୍ଷ୍ୟ ରଖି କାର୍ୟ୍ୟକଲେ ଜୀବନ ସହଜ ଓ ସରଳ ହେବ

ଭୁବନେଶ୍ୱର: ସାମ୍ବାଦିକମାନଙ୍କ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଅନେକଙ୍କୁ ପ୍ରଭାବିତ କରୁଛି। ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ ଭାବେ ପରିଗଣିତ, ଯେଉଁଥିରେ ସର୍ଜନଶୀଳ ଆଲେଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଯାହାର ଚାହିଦା ଗଣମାଧ୍ୟମ ଶିଳ୍ପରେ ସବୁବେଳେ ରହିଛି। ଲକ୍ଷ୍ୟ ରଖି କାର୍ୟ୍ୟ କଲେ ଜୀବନ ସହଜ ଓ ସରଳ ହେବ।ସ୍ବପ୍ନ ଦେଖିବା ଓ ତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିବା ଦରକାର। ସର୍ଜନଶୀଳ ଆଲେଖ୍ୟ ପ୍ରସ୍ତୁତି ନେଇ ଗଣମାଧ୍ୟମ ଛାତ୍ରଛାତ୍ରୀ ନିରନ୍ତର ପ୍ରୟାସ ଜାରି ରଖିବା ଉଚିତ ବୋଲି କନକ ନ୍ୟୁଜ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଜାତୀୟ ପ୍ରେସ ଦିବସ’ ପାଳନ ଅବସରରେ କନକ ନ୍ୟୁଜ ସମ୍ପାଦକ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ, ଯାହା ଏକ ବିରାଟ ପାଠକଗୋଷ୍ଠୀ ଓ ଦର୍ଶକଙ୍କ ବିଚାର ତଥା ଆଲୋଚନାର ପରିସରକୁ ଆସିଥାଏ। ସାମ୍ବାଦିକଙ୍କ କାର୍ୟ୍ୟ ଓ କର୍ତ୍ତବ୍ୟ ସମାଜର ବିକାଶ ପାଇଁ ଉପରେ ପର୍ୟ୍ୟବସିତ, ଯାହା ସାଧାରଣ ଲୋକଙ୍କ ଲାଗି ଉଦ୍ଧିଷ୍ଟ ବୋଲି ସେ ପ୍ରକାଶ କରିଥିଲେ

- Advertisement -

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ଡ.ପ୍ରତିମା ଷଡ଼ଙ୍ଗୀ ସ୍ବାଗତ ଭାଷଣ ଲୋକ ପ୍ରଶାସନ ବିଭାଗ ସହରକାରୀ ପ୍ରଫେସର ଡ.ହେମନ୍ତ କୁମାର ଦାଶ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୋନାଲି ତ୍ରିପାଠୀ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories