www.samajalive.in
Sunday, December 14, 2025
19.1 C
Bhubaneswar

ଆମେରିକା କଟକଣାକୁ ଭୟ, ଭାରତକୁ ରୁଷ୍‌‌ର ଅସ୍ତ୍ର ବିକ୍ରି ସ୍ଥଗିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ସାମଗ୍ରୀ ଯୋଗାଣରେ ରୁଷ୍‌‌ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ହୋଇଥିବାବେଳେ ସମ୍ପ୍ରତି ଉକ୍ତ ରାଷ୍ଟ୍ର ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ରଖିଛି। ଆମେରିକା ପକ୍ଷରୁ କଟକଣା ଲାଗୁ କରାଯିବା ପରେ ରୁଷ୍‌‌ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ରୁଷ ବିରୁଦ୍ଧରେ ଏକାଧିକ ଅର୍ଥନୈତିକ ଓ ବାଣିଜ୍ୟିକ କଟକଣା ଲଗାଯାଇଛି। ଫଳରେ ରୁଷ୍‌‌ ତାହାର ବ୍ୟବସାୟିକ କାରବାର ନିମନ୍ତେ ଦେଣନେଣ ବ୍ୟବସ୍ଥା ଚୂଡାନ୍ତ କରିପାରୁନାହିଁ। ଏହା ସମ୍ପ୍ରତି ସେହିଭଳି ଏକ କୌଶଳ ଖୋଜୁଛି, ଯଦ୍ଦ୍ୱାରା ଆମେରିକାର କଟକଣା ଉଲ୍ଲଂଘନ କରୁନଥିବ।

ଇତିମଧ୍ୟରେ ଅସ୍ତ୍ରଶସ୍ତ୍ର ନିମନ୍ତେ ଭାରତର ପ୍ରାୟ ୨ ବିଲିଅନ ଡଲାର ବର୍ଷେ ହେଲା ଅଟକି ରହିଛି ଏବଂ ରୁଷ୍‌‌ ପ୍ରାୟ ୧୦ ବିଲିଅନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯନ୍ତ୍ରାଂଶ ଯୋଗାଣକୁ ବନ୍ଦ ରଖିଛି। ତାହା ସହିତ ରୁଷ୍‌‌ ଏପର୍ଯ୍ୟନ୍ତ ଦୁଇଟି ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟାଟେରୀ ଭାରତକୁ ପଠାଇ ନଥିବା ଜଣେ ଭାରତୀୟ ଅଧିକାରୀ କହିଛନ୍ତି। ପ୍ରତିରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗ କାରଣରୁ ନିଜ ପରିଚୟ ଗୋପନ ରଖି ସେ କହିଛନ୍ତି, ପାକିସ୍ତାନ ଓ ଚୀନର ମୁକାବିଲା କରିବା ସକାଶେ ରୁଷ୍‌‌ ଭାରତର ସର୍ବବୃହତ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହୋଇ ରହିଆସିଛି। ସାମ୍ପ୍ରତିକ ପରିସ୍ଥିତିରେ ଭାରତ ରୁଷ୍‌‌ର ପ୍ରାପ୍ୟ ଡଲାରରେ ପୈଠ କରିପାରୁନାହିଁ, ଅନ୍ୟପକ୍ଷରେ ବିନିମୟ ହାରରେ ଅସ୍ଥିରତା କାରଣରୁ ରୁଷ୍‌‌ ସରକାର ଭାରତୀୟ ଟଙ୍କା ଗ୍ରହଣ କରୁନାହାନ୍ତି। ନୂଆଦିଲ୍ଲୀ ମଧ୍ୟ ଏହି ଚୁକ୍ତିକୁ ରୁଷୀୟ ମୁଦ୍ରା ରୁବଲ୍‌‌ ପୈଠକରି ଚୂଡାନ୍ତ କରିବାକୁ ଚାହୁନାହିଁ। ଭାରତ ସରକାର ରୁଷ୍‌‌କୁ ପ୍ରସ୍ତାବ ଦେଇ କହିଛନ୍ତି ଯେ ଏହା ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରି ବାବଦ ପ୍ରାପ୍ୟ ଟଙ୍କାରେ ଗ୍ରହଣ କରି ତାହାକୁ ଭାରତୀୟ ଡେବ୍‌‌ଟ ଏବଂ ପୁଞ୍ଜି ବଜାରରେ ନିବେଶ କରିପାରିବେ। କିନ୍ତୁ ଭ୍ଲାଡିମିର ପୁଟିନଙ୍କ ସରକାର ଏହାକୁ ଗ୍ରହଣ କରିପାରୁନାହାନ୍ତି। ଏ କ୍ଷେତ୍ରରେ ୟୁରୋ ଏବଂ ଡିର୍‌‌ହାମକୁ ବ୍ୟବହାର କରିବା ବିକଳ୍ପ ସମାଧାନ ଭାବରେ ବିବେଚନା କରାଯାଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories