www.samajalive.in
Monday, December 15, 2025
27.1 C
Bhubaneswar

ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିନ୍‌ଜୋ ଆବେଙ୍କୁ ଏକ ନିର୍ବାଚନୀ ସଭାରେ ହତ୍ୟା ଘଟଣା ଗୋଟିଏ ବର୍ଷ ପୂରଣ ହୋଇନଥିବାବେଳେ ଶନିବାର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ସମାନ ଧରଣର ଆକ୍ରମଣ ହୋଇଛି। ସୌଭାଗ୍ୟବଶତଃ ଆକ୍ରମଣ ବ୍ୟର୍ଥ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ କିଶିଦାଙ୍କର କୌଣସି କ୍ଷତି ଘଟିନାହିଁ। କିଶିଦା ସାଇକାଜାକି ବନ୍ଦର ପରିଦର୍ଶନରେ ଯାଇ ନିକଟସ୍ଥ ୱାକାୟାମାଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ତାଙ୍କୁ ଲକ୍ଷ୍ୟ କରି ଜନୈକ ଦୁର୍ବୃତ୍ତ ଏକ ପାଇପ ଆକାରର ବୋମା (​‌େ​‌ସ୍ମାକ୍‌ ବମ୍‌) ଫିଙ୍ଗିଥିଲା। ଏହା ଲକ୍ଷ୍ୟଭ୍ରଷ୍ଟ ହେବାରୁ କିଶିଦା ଅଳ୍ପକେ ବର୍ତ୍ତି ଯାଇଥିଲେ। ପୁଲିସ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ନିରାପଦ ଭାବେ ଉଦ୍ଧାର କରିଆଣିଥିଲେ। ଏହି ବୋମା ବିସ୍ଫୋରଣ ଯୋଗୁଁ ସଭାସ୍ଥଳ ଧୂଆଁରେ ଭରିଯାଇଥିଲା। ଉପସ୍ଥିତ ଜନତା ଭୟରେ ଧାଁଧପଡ଼ କରିଥିଲେ ମଧ୍ୟ କାହାରି କିଛି କ୍ଷତି ଘଟିନଥିବା ସରକାରୀ ଭାବେ କୁହାଯାଇଛି। ବୋମା ଫିଙ୍ଗିଥିବା ଜଣେ ୨୪ବର୍ଷୀୟ ଦୁର୍ବୃତ୍ତକୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି। ସେ ଜଣେ ମତ୍ସ୍ୟ ସମବାୟ ବିଭାଗ କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ ପୂର୍ବକ କିଶିଦାଙ୍କ ଶୁଭକାମନା କରିଛନ୍ତି। ଭାରତ ଏହି ଆକ୍ରମଣ ସହିତ ଯେ କୌଣସି ହିଂସାକୁ ନିନ୍ଦା କରେ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨ ଜୁଲାଇରେ ସିନ୍‌ଜୋ ଆବେଙ୍କୁ ଏଠାରୁ ୧୦୦କିମି ଦୂରରେ ହତ୍ୟା କରାଯାଇଥିଲା।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories