www.samajalive.in
Saturday, December 13, 2025
15.1 C
Bhubaneswar

ପୁଲୱାମା ଘଟଣାରେ ‘ଚୁପ୍‌ ରୁହ’ କହିଥିଲେ ମୋଦୀ – ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କୁ ପୁନର୍ବାର ସମାଲୋଚନା କରିଛନ୍ତି। ପୁଲୱାମା ଆକ୍ରମଣ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାଣ କରିବା ଏହି ଘଟଣାରେ କେନ୍ଦ୍ରର ବିଫଳତା ପ୍ରସଙ୍ଗ ଉଠାଇଛନ୍ତି। ୨୦୧୯ରେ ଜାମ୍ମୁ ନିକଟ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ। ସେତେବେଳେ ମଲିକ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଥିଲେ। ପୁଲୱାମା ଘଟଣାରେ ସୁରକ୍ଷା ଓ ଗୁଇନ୍ଦା ବିଫଳତା ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ସରକାରଙ୍କ ଭୁଲ ଯୋଗୁଁ ୪୦ ଯବାନଙ୍କ ପ୍ରାଣଗଲା ବୋଲି ସେ କହିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଚୁପ୍‌ ରୁହ’ ବୋଲି ଚେତାବନୀ ଦେଇଥିବା ସତ୍ୟପାଲ କହିଛନ୍ତି। ଏମିତିକି ସେ ଅଜିତ ଡୋଭାଲଙ୍କୁ ଏ ବିଷୟ କହିଲାବେଳେ ସେ ‘ଏହି ପ୍ରସଙ୍ଗରେ କାହାକୁ କିଛି ନ କହିବା ପାଇଁ’ କହିଥିଲେ। ସରକାର ପାକିସ୍ତାନକୁ ଦୋଷ ଦେବା ଯୋଜନା କରୁଥିବା ବୁଝିଲା ପରେ ସେ ନିରବ ରହିଥିଲେ ବୋଲି ସତ୍ୟପାଲ କହିଛନ୍ତି।

ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ ଯବାନମାନଙ୍କ ପରିବହନ ପାଇଁ କେନ୍ଦ୍ରକୁ ୫ଟି ହେଲିକପ୍ଟର ମଗାଯାଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ମନା କରିଥିଲା। ହେଲିକପ୍ଟର ମିଳିଥିଲେ ଯବାନଙ୍କ ଜୀବନ ଯାଇନଥାନ୍ତା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଯୋଗ୍ୟପଣ ଏଥିପାଇଁ ଦାୟୀ ଥିଲା। ଜାମ୍ମୁ-କାଶ୍ମୀରରେ ରିଲାଏନ୍ସ ଦ୍ବାରା ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଓ ବୀମା ଯୋଜନା ଅନୁମୋଦନ ପାଇଁ ବିଜେପି ପ୍ରଭାରୀ ରାମମାଧବ ୩୦୦କୋଟି ଟଙ୍କା ଲାଞ୍ଚର ଲୋଭ ଦେଖାଇଥିଲେ। ଏଭଳି ଦୁର୍ନୀତି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ହୋଇନଥିଲା ବୋଲି ସତ୍ୟପାଲ କହିଛନ୍ତି। ଏମିତିକି ରାଷ୍ଟ୍ରପତି ଭବନରେ କେତେକ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି।

- Advertisement -

ସତ୍ୟପାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ସେ କାହିଁକି ଏତେଦିନ ଧରି ଚୁପ୍‌ ଥିଲେ ବୋଲି ବିଜେପି ପ୍ରଶ୍ନ କରିବା ସହ ସତ୍ୟପାଲ କେବଳ ‘ଟିଆରପି ପାଇଁ ବ୍ୟାକୁଳ’ ବୋଲି ଦର୍ଶାଇଛି। ଏଥିସହିତ ବିଜେପି ନେତା ରାମମାଧବ ସତ୍ୟପାଲଙ୍କ ବିରୋଧରେ ଏକ ମାନହାନି ନୋଟିସ୍‌ ପଠାଇଥିବା ଜଣାପଡ଼ିଛି। ଅପରପକ୍ଷରେ ସତ୍ୟପାଲଙ୍କ ଅଭିଯୋଗ ଉପରେ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଆହ୍ବାନ ଦେଇଛି। ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ସିଆରପିଏଫ ଯବାନଙ୍କୁ କାହିଁକି ହେଲିକପ୍ଟର ମିଳିଲା ନାହିଁ ତାହାର ଜବାବ ସରକାର ଦେବା ଉଚିତ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories