www.samajalive.in
Monday, December 15, 2025
24.1 C
Bhubaneswar

କ୍ରିକେଟ୍‌ କୂଟନୀତି: ଟେଷ୍ଟମ୍ୟାଚ ଦେଖିଲେ ମୋଦୀ-ଆନ୍ଥୋନି

ଅହମ୍ମଦାବାଦ୍‌: ଅହମ୍ମଦାବାଦସ୍ଥ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଉକ୍ତ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ଆରମ୍ଭରୁ ମୁଖ୍ୟ ଆକର୍ଷଣ ଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ପ୍ରଧାନମନ୍ତ୍ରୀ ଷ୍ଟାଡ଼ିୟମରେ ଉପସ୍ଥିତ ଦର୍ଶକ ଓ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ ସକାଳ ୮ଟା ୩୦ରେ ଷ୍ଟାଡ଼ିୟମରେ ପହଞ୍ଚିଥିଲେ। ଏକ ସୁନ୍ଦର କଳାକୃତି ଉପହାର ଦେଇ ବିସିସିଆଇ ଅଧ୍ୟକ୍ଷ ରଜର ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲ୍‌ବାନିଜ୍‌ଙ୍କୁ ସ୍ବାଗତ କରିଥିଲେ। ପରେ ଦୁଇ ପ୍ରଧାନମନ୍ତ୍ରୀ ଏକ ସ୍ବତନ୍ତ୍ର ଗାଡ଼ିରେ ଛିଡ଼ାହୋଇ ପଡ଼ିଆ ଚାରିପାଶ୍ବ ବୁଲି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ପରେ ଦୁହେଁ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହେବା ସହିତ ଜାତୀୟ ସଙ୍ଗୀତ ପରିବେଷଣରେ ସାମିଲ ହୋଇଥିଲେ। ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଉପସ୍ଥିତ ୪୦ ହଜାରରୁ ଅଧିକ ଦର୍ଶକ କରତାଳି ଦେଇ ସ୍ବାଗତ କରିଥିଲେ। ମ୍ୟାଚ୍‌ ପୂର୍ବରୁ ମୋଦୀ ଓ ଆଲ୍‌ବାନିଜ୍‌ ଉଭୟ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ରୋହିତ ଶର୍ମାଙ୍କ ସହ ପରିଚିତ ହୋଇ ହାତ ଉଠାଇ ବନ୍ଧୁତ୍ବର ପରିଚୟ ଦେଇଥିଲେ। ପରେ ବିସିସିଆଇ ପକ୍ଷରୁ ମୋଦୀ ଓ ଆଲ୍‌ବାନିଜ୍‌ଙ୍କୁ ଷ୍ଟାଡ଼ିୟମ ବୁଲାଇ ବିଭିନ୍ନ ଗ୍ୟାଲେରୀ ଓ କଳାକୃତିକୁ ଦେଖାଇଥିଲେ। ମୋଦୀ ଓ ଆଲ୍‌ବାନିଜ୍‌ ଗସ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ବନ୍ଧୁତାର ୭୫ବର୍ଷ ପୂରଣର ଅବସର। ପରେ ଉଭୟ ପ୍ରଧାନମନ୍ତ୍ରୀଷ୍ଟାଡିୟମରେ କିଛି ସମୟ ବସି ମ୍ୟାଚ ଦେଖିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories