ନେମାଳ : ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚୟତ ଓରିକଣ୍ଟା ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ପରିସରରେ ଜାତୀୟ ଗଣିତ ଦିବସ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଦିବସ ଅବସରରେ ୧୦୯ଜଣ ଶିଶୁ ନିଜର ଗଣିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସମ୍ପାଦକ ଅମୁଲ୍ୟ କୁମାର ମହାନ୍ତି, ବିଦ୍ୟାଲୟର ସଭାପତି ଭୈରବ ଚନ୍ଦ୍ର ଜେନା, ବୈକୁଣ୍ଠନାଥ ବରାଳ, ରୋହିତ କୁମାର ମହାନ୍ତି, ପ୍ରଭାତ କୁମାର ବେହେରା ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ଗଣିତ ହାଟ ପ୍ରଦର୍ଶନ କରି ଶିଶୁ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମି ଦିନରେ ଗଣିତ ଶିକ୍ଷାର ବିକାଶ ନିମନ୍ତେ ପ୍ରେରଣା ଦେଇଥିଲେ।



