www.samajalive.in
Thursday, December 11, 2025
16.1 C
Bhubaneswar

ବୈତରଣୀ ନଦୀକୁ ସୁରକ୍ଷାବନ୍ଧ ଧସିବା ଘଟଣା ; ସ୍ଥିତି ଅନୁଧ୍ୟାନ କଲେ ଲୋକପ୍ରତିନିଧି

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ଅଧିନସ୍ଥ ମୁଆଁ ଗାଁ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧର କାର୍ଯ୍ୟ ଚାଲୁଥିବା ବେଳେ ଗତ ଶନିବାର ୨ଶହ ଫୁଟର ସୁରକ୍ଷା ବନ୍ଧ ନଦୀ ମଧ୍ୟକୁ ଧସି ଯିବା ଫଳରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ବିଶେଷକରି ନଈକୂଳରେ ବସବାସ କରୁଥିବା ପ୍ରାୟ ୪୦ ପରିବାର ଘର ଛାଡି ପଳାଇ ଯାଇଥିଲେ। ଏପରି ଘଟଣା ସର୍ମ୍ପକରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରବିବାର ୧ନଂ ଜୋନର ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ରାଜ୍ୟ ପରିଷଦ ସଭ୍ୟ, ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଅଜୟ ନାୟକ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢିଙ୍କ ସହ ବହୁ ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକମାନଙ୍କ ଠାରୁ ଘଟଣା ସର୍ମ୍ପକରେ ପଚାରି ବୁଝିଥିଲେ। ଉକ୍ତ ସ୍ଥାନ ବୈତରଣୀ ନଦୀର ଗଭୀର ଜଳପଥ ହୋଇଥିବାରୁ ପ୍ରତିବର୍ଷ ନଦୀବନ୍ଧରୁ ମାଟି ଅତଡା ଖସି ସୁରକ୍ଷାବନ୍ଧକୁ ଗ୍ରାସ କରିଥାଏ। ଏପରି ସମସ୍ୟା ବାବଦରେ ସ୍ଥାନୀୟ ଲୋକଙ୍କ ସହ ନାୟକଙ୍କ ପକ୍ଷରୁ ଦାବି ଜୋର ଧରିବା ପରେ ଦୋହରାପାଟଣା ଠାରୁ ତିନିତର ପର୍ଯ୍ୟନ୍ତ ନଦୀବନ୍ଧର ସୃଦଢିକରଣ ନିମନ୍ତେ ପ୍ରାୟ ୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ସ୍ଥାନୀୟ ଲୋକ ନାରାୟଣ ଦାସ, ଶ୍ରୀଧର ଦାସ, ବିଷ୍ଣୁ ମଲିକଙ୍କ କହିବା ଅନୁଯାୟୀ ମୁଆଁ ଠାରୁ ଆରଡି ବୈତରଣୀ ନଦୀଘାଟ ପର୍ଯ୍ୟନ୍ତ ଯଦି ବଲା ଦିଆଯିବା ସହ ପଥର ଡମ୍ପିଂ କରାଯିବ ତାହାଲେ ସ୍ଥାୟୀ ମରାମତି ହୋଇ ପରିବା ବୋଲି ପ୍ରକାଶ କରିଥିଲେ। ଏପରି ଅଭିଯୋଗ ସର୍ମ୍ପକରେ ଜଳସେଚନ ବିଭାଗର ଏସଡିଓ ଭୁବନାନନ୍ଦ ମାହନ୍ତିଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ ପଥର ଡମ୍ପିଂ ପାଇଁ ଯାହା ପଥର ଆବଶ୍ୟକ ପଡିବ ବୋଲି କହିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories