www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ୧ କୋଟି ୨୬ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀ ଆଦେଶ

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ଅଦାଲତ ପରିସରରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରାଜଜ ରାଜକୁମାର ଦାସ ଏହାକୁ ଉଦଘାଟନ କରିବା ସହିତ ନିଜ ଅଦାଲତ ପରିଚାଳନା କରିଥିଲେ । ଏଡିଜେ ଶ୍ରୀ ଦାସ ନିଜ ଅଦାଲତରେ ୧୬ ମୋଟରଯାନ ଦୁର୍ଘଟଣାଜନିତ ମାମଲା ଫଇସଲା କରି ମୋଟ ୧ କୋଟି ୨୬ ଲକ୍ଷ ୯୦ ହଜାର ଟଙ୍କା ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ।
ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା  ପରିଜା ନିଜ ଅଦାଲତରେ ୨ଟି ବୈବାହିକ ଓ ୨ଟି ଦେୱାନୀ ମାମଲା, ଏସଡିଜେଏମ ନରୋଜ କୁମାର ସାହୁ ଗୋଟିଏ ବୈବାହିକ ଓ ୪୨ଟି ଫୌଜଦାରୀ ମାମଲା ଏବଂ ଜେଏମଏଫସି ସ୍ଥିତିପ୍ରଜ୍ଞା ଅମୃତତନୟା ନିଜ ଅଦାଲତରେ ୧ଟି ବୈବାହିକ ଓ ୧ଟି ଫୌଜଦାରୀ ମାମଲା ଫଇସଲା କରିଥିଲେ।
ଏତଦବ୍ୟତୀତ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଏବଂ ଭାରପ୍ରାପ୍ତ ତହସିଲଦାର ଆକାଶ କୁମାର ପଣ୍ଡା ନିଜ ନିଜ ଅଦାଲତରେ ୨୭୬ ଟି ସାର୍ଟିଫିକେଟ ଓ ଦାଖଲ ଖାରଜ ମାମଲା ସମାଧାନ କରି ରାଜସ୍ବ ବାବଦକୁ ୧ ଲକ୍ଷ ୩୮୫୫୦ ଟଙ୍କା ଆଦାୟ କରିଥିଲେ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଠଗଡ ଷ୍ଟେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇ ବ୍ୟାଙ୍କର ଅନାଦେୟ ଋଣ ସମ୍ପର୍କିତ ମାମଲା ପରିଚାଳନାରେ ସହଯୋଗ କରିଥିଲେ । ଆଠଗଡ ଓକିଲ ସଂଘର ସଦସ୍ଯ ଓ ଅଦାଲତର ସମସ୍ତ କର୍ମଚାରୀ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories