www.samajalive.in
Sunday, December 14, 2025
23.1 C
Bhubaneswar

ଗାଡି ସାଇଡମରାକୁ କେନ୍ଦ୍ରକରି ବୁଲିଲା ଖଣ୍ଡା, ମୁଖ୍ୟ ଅଭିଯୁକ୍ତ ଗିରଫ 

କଳାପଥର(ବାଙ୍କୀ) : ଗତ ମାସ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲା ବାଙ୍କୀ  ବୈଦ୍ୟେଶ୍ଵର ଥାନା ଅଂଚଳରେ।  ଗୋପୀନାଥପୁର -ବୈଦ୍ୟେଶ୍ୱର ଟି ସେତୁ ସଂଯୋଗ ରାସ୍ତାରେ ତ୍ରିକୂଟଧାମ ରାମନାଥ ଦେବ ଙ୍କ ପୀଠକୁ ତିଗିରିଆ  ଥାନା ବିନ୍ଧାଣିମା ଗାଁର ବର, ରଙ୍ଗଣୀସାହୀ ବୈଦ୍ୟେଶ୍ୱରର କନ୍ୟାକୁ ବିବାହ ପାଇଁ ବରଯାତ୍ରୀଙ୍କ ସହିତ ଆସିଥିଲେ।
ବିବାହ କାର୍ଯ୍ୟ ସାରି ବର କନ୍ୟାକୁ ନେଇ ନିଜ ଗାଁ ବିନ୍ଧାଣିମା ଚାଲି ଯାଇଥିଲେ। କିଛି  ବରଯାତ୍ରୀ ଅପରାହ୍ନରେ ଫେରିବା ବେଳେ ବ୍ୟାଙ୍କ ଛକରୁ ବୈଦ୍ୟେଶ୍ୱର  ଟି ସେତୁ ସଂଯୋଗ ରାସ୍ତାରେ  ସୁମନ୍ତ ଦାସଙ୍କ  ଗାଡି ସହ ଧକ୍କା ହୋଇଥିଳା। ସେଠାରେ କିଛି ବଚଷା ସୃଷ୍ଟି ହୋଇ ହଣାକଟାର ରୂପ ନେଇଥିଲା।ବରଯାତ୍ରୀମାନେ ଗାଁ ରେ ଖଣ୍ଡା ବୁଲାଇ ଆକ୍ରମଣ କରିଥିବା ଦେଖାଯାଇଥିଲା।
ଏ ସଂକ୍ରାନ୍ତରେ ବୈଦେଶ୍ଵର ପୁଲିସ ପକ୍ଷରୁ   କେଶ ନମ୍ବର ୭୪/୨୫ ରେ ମାମଲା ରୁଜୁ କରି ସମ୍ପୃକ୍ତ ୨ ଜଣ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେକୋର୍ଟ ଚାଲାଣ କରିଥିବା ଆଇଆଇସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି।ଏମାନଙ୍କ ଘର ତିଗିରିଆ ଥାନା ବିନ୍ଧାଣିମା ଗାଁର ସନ୍ତୋଷ କୁମାର ବେହେରା, ଦିବ୍ୟ ରଞ୍ଜନ ଚିନାରା ସହିତ ମୁଖ୍ୟ ଅଭିଯୁକ୍ତ ମାନୁ ଆଲିଆନ୍ସ ମାନସ ବେହେରାଙ୍କୁ ବିନ୍ଧାଣିମା ଗାଁଘରୁ ପୁଲିସ ଗିରଫ କରିଛି ବୋଲି ସୂଚନା ଦେଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories