www.samajalive.in
Monday, December 15, 2025
15.1 C
Bhubaneswar

ଶୀତଳାପଲ୍ଲୀ ଓ ମାଣ୍ଡିଆ ପଲ୍ଲୀରୁ ଚୋରି:  ଥାନାରେ ଅଭିଯୋଗ,ପୃଥକ ମାମଲା ରୁଜୁ

ଗୋପାଳପୁର : ଗୋଟିଏ ପଟେ ଗୋପାଳପୁର ପୁଲିସର ବିଗତ ଦିନରେ ହୋଇଥିବା ଚୋରି ନେଇ ତଦନ୍ତ କରୁଥିବା ବେଳେ ଚୋରମାନେ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସିରିଜ୍ ଚୋରି କରି ଚାଲିଛନ୍ତି। ଏହି କ୍ରମରେ  ଶୀତଳାପଲ୍ଲୀର ଏସ.ଜଗା ରେଡ୍ଡୀ ଶନିବାର ସକାଳେ ମାମଲା ପକାଇ  ଯାଇଥିବା ବେଳେ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏସ.ଜଗା ରେଡ୍ଡୀ ଶନିବାର ସକାଳ ସମୟରେ କାମ ପାଇଁ ଚାଲିଯାଇଯିବା ପରେ ପତ୍ନୀ ଘରେ ତାଲା ପକେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।  ପୋଖରୀରେ ଗାଧୋଇ ସାରି ଫେରିବା ପରେ ପଡ଼ିଶା ଘର ଜଣେ ମହିଳା ତମ ଘରେ ଜଣେ ଅଜଣା ମହିଳା ଭିତରୁ ବାହାରିଲା ବୋଲି କହିଥିଲେ।
ପଡ଼ିଶା ଘର ମହିଳା ଅଜଣା ମହିଳାକୁ ପଚାରିବାରୁ ପାଣି ପିଇବାକୁ ଯାଇଥିଲି ଏବଂ ମହୁ ବିକ୍ରୀ କରୁଥିବା କହିଥିଲା। ପରେ ଜଗାଙ୍କ ପତ୍ନୀ ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମାରୀରେ ଥିବା ୨୦ ହଜାର ଟଙ୍କା, ରୂପା ପାଉଁଜି, ରୂପା ଖଡୁ, ପ୍ରାୟ ୧୦ ରୁ ୧୨ ତୋଳା ଓ ୫ ଗ୍ରାମର ସୁନା ମଙ୍ଗଳସୂତ୍ର, କାନ ଫୁଲ ୨ ହଳ, ମୁଦି ୨ ଗୋଟି ଚୋରି ହୋଇଥିବା ଜାଣି ପାରି ଉକ୍ତ ଅଜଣା ମହିଳାକୁ ଖୋଜା ଖୋଜି କରିଥିଲେ । କିନ୍ତୁ ଉକ୍ତ ମହିଳାକୁ ନଦେଖିବା ପରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩୯/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି। ସେହିପରି ମାଣ୍ଡିଆପଲ୍ଲୀ ବିଜୟ ବିହାର ୪ ର୍ଥ ନୁମ୍ବର ଗଳିରେ ରହୁଥିବା ଶିବ ଶଙ୍କର ସାହୁଙ୍କ ଘରୁ ସୁନା ଅଳଙ୍କାର  ୧୦ ଗ୍ରାମ,ରୂପା ୨୫ ଗ୍ରାମ ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୪୦/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories