
ଗ୍ରାମରୁ ନିଖୋଜ ହୋଇଛନ୍ତି ୩ ନାବାଳିକା, ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳ ଚିନାମାଳିପଶି ପଞ୍ଚାୟତ ବଡ଼ ମହୁଲଡିହା ଗ୍ରାମର ୩ ଜଣ ଆଦିବାସୀ ନାବାଳିକା ଗତ ଗୁରୁବାରଠାରୁ ଗାଁରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ବଡ଼ ମହୁଲଡିହା ଗ୍ରାମର ସମରା ମୁଣ୍ଡାଙ୍କ ଝିଅ ଶିବାନୀ (୧୩), ଦାସ ମୁଣ୍ଡାଙ୍କ ଝିଅ ସୁଭଦ୍ରା (୧୫) ଏବଂ ରାଘବ ମୁଣ୍ଡାଙ୍କ ଝିଅ କୁନି (୧୪) ନିଖୋଜ ହୋଇଛନ୍ତି।
ଏନେଇ ପରିବାର ପକ୍ଷରୁ ଘଟଗାଁ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ସମରା ମୁଣ୍ଡା ସୂଚନା ଦେଇଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଏହି ୩ ନିଖୋଜ ନାବାଳିକାଙ୍କୁ ତୁରନ୍ତ ଖୋଜି ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।
Comments are closed.